ଭୁବନେଶ୍ଵର: ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ କରିବ କଲବଲ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ସିଭିୟର ହିଟ୍ ୱେଭ ବା ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ । ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜ ପ୍ରଭାବିତ ହେବ । ଏଥିସହ ବାଲେଶ୍ଵର, ଭଦ୍ରକ , ମୟୂରଭଞ୍ଜ , ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଗଜପତି, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ପ୍ରଭାବିତ ହେବ । ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ଖୋର୍ଦ୍ଧା, ପୁରୀ, ଯାଜପୁର ସମେତ ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ ।
ଆସନ୍ତାକାଲି ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ଅଧିକ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ବଲାଙ୍ଗୀର, ବୌଦ୍ଧ ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାରେ ରାତିରେ ଉଷ୍ମ ଅନୁଭୂତ ହେବ।
ସେହିପରି ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ରହିବ। ଏଭଳି ସ୍ଥିତି ଆଗାମୀ ୧୬ ଯାଏଁ ଉପକୂଳ ଓଡ଼ିଶାରେ ଅନୁଭବ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ୪୦ ଡିଗ୍ରୀ ଉପରେ ଝାରସୁଗୁଡ଼ା ସମ୍ବଲପୁର, ହୀରାକୁଦ, ବାରିପଦା, ବଲାଙ୍ଗୀର, ଟିଟିଲାଗଡ ଓ ବୌଦ୍ଧ ଜିଲ୍ଲାରେ।