ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର, ବୀମା କମ୍ପାନୀ ଠକିଲେ ହେବ ଆକ୍ସନ- ରାଜସ୍ୱ ମନ୍ତ୍ରୀ

Published By : Prameya-News7 Bureau | December 30, 2024 IST

ଭୁବନେଶ୍ୱର ୩୦।୧୨ : ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର । ଦରକାର ପଡିଲେ ରାଜସ୍ୱ ମନ୍ତ୍ରୀ ବି କରିବେ ଓକିଲାତି । ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ଧାନ ଚାଷ ଆରମ୍ଭ ଠାରୁ ମଣ୍ଡି ଆଡକୁ ମୁହାଁଇବା ପର୍ଯ୍ୟନ୍ତ ବୀମା ପରିସର ଭୂକ୍ତ ହେବା କଥା । ଅତୀତରେ ବୀମା କମ୍ପାନୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ବିଜେପି ସରକାର ସମୟରେ ବୀମା କମ୍ପାନୀମାନେ କ୍ଷତିପୂରଣ ନଦେଲେ କଡ଼ା ଆକ୍ସନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଧାନ ନୁହେଁ ପନିପରିବା, କପା ଓ ଚିନାବାଦାମ ମଧ୍ୟ କ୍ଷତି ହୋଇଛି । ୨ ଲକ୍ଷ ଚାଷୀ ବୀମା କମ୍ପାନୀ ନିକଟରେ ଅଭିଯୋଗ ଶୁଣାଇ ସାରିଲେଣି । ଜାନୁଆରୀ ଏକ ତାରିଖ ଯାଏଁ ପଞ୍ଜୀକରଣ ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସମବାୟ ସଚିବ । ପନିପରିବାର ଓ କପା ଚାଷୀ ବୀମା କରିନାହାନ୍ତି । ତେଣୁ ବୀମା କରିନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୋମବାର ଦିନ ଜିଲ୍ଲାସ୍ତରର କ୍ଷୟକ୍ଷତି ରିପୋର୍ଟ ଆସିବ । 

ସେହିପରି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି କୌଣସି ବି ଚାଷୀ କ୍ଷତିପୂରଣ ପାଇବାରୁ ବାଦ୍‌ ପଡିବେନି । ଅଦିନିଆ ବର୍ଷା କ୍ଷୟକ୍ଷତି ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରେ ନାହିଁ । ସରକାର ଚେଷ୍ଟା କରୁଛନ୍ତି ଏହାକୁ ପ୍ରାକୃତି ବିପର୍ଯ୍ୟୟ ପରିଧି ଭିତରକୁ ଆଣିବା ପାଇଁ ଅଧ୍ୟୟନ କରୁଛନ୍ତି । ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡିକ ସହ ସରକାର ସଂପର୍କରେ ଅଛନ୍ତି । ଯେଉଁମାନେ ବୀମା କରିନାହାନ୍ତି କିମ୍ବା ଭାଗ ଚାଷୀ । ସେମାନଙ୍କୁ ସିଧାସଳଖ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ସମସ୍ତଙ୍କୁ ସହଯୋଗ ରାଶି ଯୋଗଇ ଦିଆଯିବ । ଓଦା ହୋଇଥିବା ଧାନକୁ ଶୁଖାଇ ବିକିଲେ FAQମାନକୁ କୋହଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । 

  • odisha
  • OdishaNews
  • CM Mohan Majhi
  • CMO
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.