କେଜ୍ରିଓ୍ଵାଲ ଆପଣଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ କହିଲେ, ମୁଁ ମର୍ମାହତ; ଆତିଶିଙ୍କୁ ଦିଲ୍ଲୀ LGଙ୍କ ପତ୍ର

Published By : Prameya-News7 Bureau | December 30, 2024 IST

India today

ନୂଆଦିଲ୍ଲୀ: ଆତିଶି ତୁମେ ଜଣେ କାମଚଳା ମୁଖ୍ୟମନ୍ତ୍ରୀ। ଆପଣଙ୍କୁ ଅରବିନ୍ଦ କେଜରିଓ୍ଵାଲ ଏମିତି କହିବା ଶୁଣି ଦୁଃଖ ଲାଗୁଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ ଚିଠି ଲେଖି ଏମିତି କହିଛନ୍ତି ଉପରାଜ୍ୟପାଳ ଭିକେ ସକ୍ସେନା। ଉପରାଜ୍ୟପାଳ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବୟାନକୁ ସମାଲୋଚନା କରି ଘୋର ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିଛି ଦିନ ପୂର୍ବେ ଗଣମାଧ୍ୟମରେ ଅରବିନ୍ଦ କେଜ୍ରିଓ୍ଵାଲ ଆପଣଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ବହୁତ ଆପତ୍ତି ଜନକ କଥା ଏବଂ ଏଥିରେ ମୁଁ ମର୍ମାହତ। ଏହା କେବଳ ଆପଣଙ୍କ ଅପମାନ ନୁହେଁ ବରଂ ଦେଶର ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଭାବେ ମୋର ମଧ୍ୟ ଅପମାନ ହୋଇଛି।

ଉପରାଜ୍ୟପାଳ ନିଜ ପତ୍ରରେ ଏହା ମଧ୍ୟ କହିଛନ୍ତି, କେଜ୍ରିଓ୍ଵାଲଙ୍କ ଏମିତି ବୟାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମୁଖ୍ୟମନ୍ତ୍ରୀଙ୍କ ପଦର ଗରିମାକୁ କ୍ଷୁର୍ଣ୍ଣ କରୁଛି। ସମ୍ବିଧାନରେ ଏମିତି କୌଣସି ପଦ ନାହିଁ ଯାହା ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନରେ ଗଣତାନ୍ତ୍ରିକ ବିରୋଧରେ ରହିଛି। କେଜ୍ରିଓ୍ଵାଲଙ୍କ ଏମିତି ବୟାନ ଦିଲ୍ଲୀ ସରକାରଙ୍କ ସ୍ଥିରତା ଓ ସଚ୍ଚୋଟତା ଉପରେ ନକରାତ୍ମକ ପ୍ରଭାବ ପକାଇଛି। 

Also read: ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?

ଉପରାଜ୍ୟପାଳ ଭିକେ ସକ୍ସେନା କହିଛନ୍ତି, ଯେଉଁ ପରିସ୍ଥିତିରେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା, ସେହି ସମୟରେ  ଆପଣଙ୍କୁ ୩-୪ ମାସରେ ସବୁ କିଛି ଠିକ୍ କରିବା କେତେ ସମ୍ଭବ। ଏବେ ଯାହା ବି ତ୍ରୁଟି ହେବ ତାର ବିଫଳତା ଆପଣଙ୍କ ଉପରେ ଲଦି ଦିଆଯିବ। ଯେଉଁଭଳି କେଜ୍ରିଓ୍ଵାଲ ଆପଣଙ୍କ ଉପସ୍ଥିତିରେ ଅନାଧିକୃତ ଭାବେ ବରିଷ୍ଠ ନାଗରିକ ଓ ମୁଖ୍ୟମନ୍ତ୍ରୀଙ୍କ ନାମରେ ମହିଳାଙ୍କ ସଂପର୍କିତ ଯୋଜନା ଘୋଷଣା କଲେ ସେଥିରେ ମୁଖ୍ୟମନ୍ତ୍ରୀ ପଦ ଓ ମନ୍ତ୍ରୀ ପରିଷଦର ଗରିମା ମଳିନ ପଡ଼ିଛି। 

ଉପରାଜ୍ୟପାଳ କହିଛନ୍ତି, କେଜ୍ରିଓ୍ଵାଲ ବିନା କୌଣସି ଆଧାରରେ ଆପଣଙ୍କ ବିରୋଧରେ ପରିବହନ ବିଭାଗ ଓ ଅନ୍ୟ ଯାଞ୍ଚ ଏଜେନ୍ସି ଦ୍ଵାରା ଆପଣଙ୍କୁ ଜେଲ୍ ପଠାଯିବାର କଥା ସାର୍ବଜନୀନ ଭାବେ କହୁଛନ୍ତି। ଏହା ସଂପୂର୍ଣ୍ଣ ଅସତ୍ୟ ଅଟେ। ତାଙ୍କର ଏହି ବୟାନରୁ ଇଙ୍ଗିତ ହେଉଛି ଯେ, ଆପଣଙ୍କୁ ନିଜ ଅଧିନରେ କାମ କରୁଥିବା ବିଭାଗକୁ ନେଇ କୌଣସି ଖବର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.