ନୂଆଦିଲ୍ଲୀ: ଡବଲ ଅଲିମ୍ପିକ୍ସ ଆଓ୍ବାର୍ଡ ବିଜେତା ମହିଳା ସୁଟର ମନୁ ଭାକରଙ୍କ ସମେତ ବିଶ୍ବ ଚେସ୍ ଚାମ୍ପିଅନସିପ୍ ବିଜେତା ଡି ଗୁକେଶଙ୍କୁ ଖେଳ ରତ୍ନ ମିଳିବ । ଚଳିତ ଥର ମୋଟ୍ ୪ ଜଣଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯିବ । ସେହିପରି ୩୨ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ମନୁ ଭାକର, ଡି ଗୁକେଶଙ୍କ ସହ ହକି ଖେଳାଳି ହରମନପ୍ରୀତ୍ ସିଂହ ଏବଂ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହେବେ ।
Ministry of Youth Affairs and Sports announces the Khel Ratna Award for Olympic double medalist Manu Bhaker, Chess World Champion Gukesh D, Hockey team Captain Harmanpreet Singh, and Paralympic Gold medallist Praveen Kumar. pic.twitter.com/VD54E0EtEk
— ANI (@ANI) January 2, 2025
ସେହିପରି ୩୨ଜଣଙ୍କୁ ଅର୍ଜୁନ ଆଓ୍ବାର୍ଡ ମିଳିବ । ଏମାନେ ହେଲେ ଆଥଲେଟ୍ ଜ୍ୟୋତି ୟାରାଣୀ, ଅନ୍ନୁ ରାଣୀ, ବକ୍ସର ନୀତୁ, ଅବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲିମା ଟେଟ୍, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହ, ପାରା ତୀରନ୍ଦାଜ ରାକେଶ କୁମାର, ପାରା ଆଥଲେଟ୍ ପ୍ରୀତି ପାଲ୍, ଜୀବନଜି ଦିପ୍ତୀ, ଅଜିତ୍ ସିଂହ, ସଚିନ୍ ସରଜେରାଓଙ୍କୁ ଏହି ସମ୍ମାନ ମିଳିବ । ଆସନ୍ତା ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତଙ୍କୁ ସମ୍ମାନିତ କରାଯିବ ।
ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ସମ୍ମାନ
- ଗୁକେଶ ଡି - ଚେସ୍
- ହରମାନପ୍ରୀତ ସିଂ - ହକି
- ପ୍ରବୀଣ କୁମାର - ପାରାଆଥଲେଟିକ୍ସ
- ମନୁ ଭାକର – ଶୁଟିଂ
ଅର୍ଜୁନ ପୁରସ୍କାର
ଆଥଲେଟିକ୍ସ
- ଜ୍ୟୋତି ୟାରାଜୀ
- ଅନ୍ନୁ ରାନୀ
ବକ୍ସିଂ
- ନିତୁ
- ସାୱେତୀ
ଚେସ୍
- ଭଣ୍ଟିକା ଅଗ୍ରୱାଲ
ହକି
- ସାଲିମା ଟେଟେ
- ଅଭିଷେକ
- ସଞ୍ଜୟ
- ଜରମନପ୍ରୀତ ସିଂ
- ସୁଖଜିତ ସିଂ
ପାରା ତୀରନ୍ଦାଜ
- ରାକେଶ କୁମାର
ପାରା ଆଥଲେଟିକ୍ସ
- ପ୍ରୀତି ପାଲ୍
- ଜୀବାଞ୍ଜୀ ଦୀପ୍ତି
- ଅଜିତ ସିଂ
- ସଚିନ୍ ସରଜେରାଓ ଖିଲାରୀ
- ଧରାମବୀର
- ପ୍ରଣବ ଶୋର୍ମା
- ଏଚ ହୋକାଟୋ ସେମା
- ସିମରନ୍
- ନବଦୀପ
ପାରା-ବ୍ୟାଡମିଣ୍ଟନ୍
- ନୀତୀଶ କୁମାର
- ଥୁଲାସିମାଥୀ ମୁରୁଗେସାନ୍
- ନିତ୍ୟା ଶ୍ରୀ ସୁମତି ସିଭାନ୍
- ଶ୍ରୀମତୀ ମନୀଷା ରାମାଦାସ
ପାରା-ଜୁଡୋ
- କପିଲ ପରମାର
ପାରା- ଶୁଟିଂ
- ମୋନା ଅଗ୍ରୱାଲ
- ରୁବିନା ଫ୍ରାନ୍ସିସ୍
ଶୁଟିଂ
- ସ୍ୱପ୍ନିଲ ସୁରେଶ କୁସାଲେ
- ସରବଜୋଟ ସିଂ
ସ୍କ୍ୱାସ୍
- ଅଭୟ ସିଂ
ସନ୍ତରଣ
- ସଜନ ପ୍ରକାଶ
କୁସ୍ତି
- ଅମନ ସେହେରାୱତ