ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ନେଇ ଆସିଛି ବଡ଼ ଖବର। ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇପାରେ। ଧନଶ୍ରୀ ଓ ଚହଲଙ୍କ ମଧ୍ୟରେ ବୈବାହିକ ଜୀବନ ଦୀର୍ଘ ସମୟରୁ ଠିକ୍ ନ ଥିଲା। ଏହା ମଧ୍ୟରେ ଚହଲ ଧନଶ୍ରୀଙ୍କ ସହ ସବୁ ଫଟୋକୁ ଇନଷ୍ଟ୍ରାଗ୍ରାମରୁ ହଟାଇ ଦେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଏହି ଖବରର ସତ୍ୟତା ରହିଛି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ନିଶ୍ଚିତ ହେଉଥିବା ବେଳେ ଏହାର କେବଳ ଆନୁଷ୍ଠାନିକ ଘୋଷଣା ବାକ ରହିଛି।
ଉଭୟଙ୍କ ଅଲଗା ହେବାର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ହେଁ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ଏ ସଂପର୍କିତ ଖବର ୨୦୨୩ରେ ସେହି ସମୟରେ ଆରମ୍ଭ ହେଲା ଯେତେବେଳେ ଧନଶ୍ରୀ ନିଜର ଇନଷ୍ଟାଗ୍ରାମରୁ ‘ଚହଲ’ ହଟାଇ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ୟୁଜବେନ୍ଦ୍ର ଚହଲ ଏକ ରହସ୍ୟମୟୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ ଯେ, ନୂଆ ଜୀବନ ଆରମ୍ଭ ହେଉଛି। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଖବରକୁ ଗୁଜବ କହି ଖାରଜ କରିଥିଲେ ଚହଲ। ସେ ନିଜର ପ୍ରଶଂସକଙ୍କୁ ଏମିତି ଗୁଜବ ଉପରେ ବିଶ୍ଵାସ ନ କରିବାକୁ କହିଥିଲେ।
ଧନଶ୍ରୀ-ଚହଲଙ୍କ ଛାଡ଼ପତ୍ର ହେଲେ କେମିତି ହେବ ସଂପତ୍ତି ବିଭାଜନ
ଛାଡ଼ପତ୍ର ମାମଲାରେ ସବୁ କିଛି କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଚହଲ ଓ ଧନଶ୍ରୀ ଉଭୟଙ୍କ ଆର୍ଥିକ ସ୍ଥିତି ବେଶ ସ୍ଵଚ୍ଛଳ। ଯଦି ଛାଡ଼ପତ୍ର ହୁଏ ତେବେ ଏହା ଧନଶ୍ରୀଙ୍କ ଉପରେ ନିର୍ଭର କରେ ଯେ ସେ ସଂପତ୍ତିରୁ କେତେ ଅଂଶ ଚାହାନ୍ତି। ଯଦି ସେ ଚାହିଁବେ କୋର୍ଟଙ୍କ ଦ୍ଵାରସ୍ଥ ହୋଇ ପାରିବେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକଙ୍କ କ୍ଷେତ୍ରରେ ଅର୍ଥକୁ ନେଇ କୌଣସି ବିବାଦ ନ ଥିଲା କି ନତାଶା ଦାବି କରି ନ ଥିଲେ। ସୂଚନାଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ୨୦୨୦ ଡିସେମ୍ବର ୧୧ରେ ବିବାହ ହୋଇଥିଲେ।
Also read: ସିଡନୀରେ ନିଜ ପାଇଁ ବିପଦର ଘଣ୍ଟି ବଜାଇଲା ଭାରତ
ଝଲକ୍ ଦିଖଲା ଯା’ ସିଜନ୍ ୧୧ରେ ଧନଶ୍ରୀ ନିଜର ପ୍ରେମ କାହାଣୀ ସଂପର୍କରେ କହିଥିଲେ । ଲକଡାଉନ୍ ସମୟରେ ୟୁଜବେନ୍ଦ୍ର କିଭଳି ଡ୍ୟାନ୍ସ ଶିଖିବାକୁ ତାଙ୍କୁ କଣ୍ଟାକ୍ଟ କରିଥିଲେ ଏବଂ ସେ ମାନିଯାଇଥିଲେ ସେନେଇ ଜାତୀୟ ଟେଲିଭିଜନରେ କହିଥିଲେ ଧନଶ୍ରୀ । ସେପଟେ ୟୁଜବେନ୍ଦ୍ର ଚହଲଙ୍କ କ୍ରିକେଟ କ୍ୟାରିୟର କଥା କହିଲେ, ସେ ଦୀର୍ଘ ଦିନ ହେଲା ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଟି-୨୦ ବିଶ୍ବକପ୍ ୨୦୨୪ରେ ବିଜୟୀ ଟିମର ସଦସ୍ୟ ଥିଲେ ବି ତାଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନଥିଲା । ଜାନୁଆରୀ ୨୦୨୩ରେ ସେ ଭାରତ ପାଇଁ ଶେଷ ଦିନିକିଆ ଏବଂ ଅଗଷ୍ଟ ୨୦୨୩ରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଆଇପିଏଲରେ ଚହଲଙ୍କ କ୍ରେଜ୍ କମିନାହିଁ । ତାଙ୍କୁ ଆଇପିଏଲ ୨୦୨୫ ଲାଗି ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କା କିଣିଛି ।