ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ନିଜ ପାଇଁ ବିପଦର ଘଣ୍ଟି ବଜାଇଛି। ଭାରତୀୟ ବୋଲର ପଞ୍ଚମ ଟେଷ୍ଟର ଦ୍ଵିତୀୟ ଦିନରେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ବ୍ୟାଟର ବୋଲରଙ୍କ ପରିଶ୍ରମକୁ ବୃଥା କରିବାରେ ଲାଗିଛନ୍ତି। ଶନିବାର ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୧୪୧ ରନ କରିଛି। ଦଳ ଅଷ୍ଟ୍ରେଲିଆଠୁ ୧୪୫ ରନ ଆଗୁଆ ରହିଛି। ଅଦ୍ୟାବଧି ମ୍ୟାଚ୍ରେ ଭାରତ ସଙ୍କଟରେ ରହିଛି। ସେମିତିରେ ବି ଭାରତର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ରେକର୍ଡ ଅତ୍ୟନ୍ତ ଖରାପ ରହିଛି। ତେଣୁ ଭାରତ ଉପରେ ପୁଣି ଥରେ ପରାଜୟର ବାଦଲ ଦେଖା ଦେଇଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିବା ପରେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ୍ ହୋଇଥିଲା।
ସିଡନୀରେ ଲକ୍ଷ୍ୟର ପିଛା କରିବା ସେତେ ସହଜ ନୁହେଁ। କିନ୍ତୁ ଘରୋଇ ଦଳ ଅନେକ ଥର ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଛି। ଏଠାରେ ସବୁଠୁ ବଡ଼ ବିଜ ଲକ୍ଷ୍ୟ ପିଛା କରିବାରେ ରେକର୍ଡ ଅଷ୍ଟ୍ରେଲିଆ ନାଁ ରେ ରହିଛି। ଦଳ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮୭ ରନର ବିଜୟ ଲକ୍ଷ୍ୟକୁ ୮ ଓ୍ଵିକେଟ୍ ହରାଇ ସଫଳତା ସହ ହାସଲ କରି ନେଇଥିଲା। ଏହା ପରଠୁ ଏମସିଜିରେ ଏକବିଂଶ ଶତାବ୍ଦୀରେ କୌଣସି ଦଳ ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ପିଛା କରି ପାରିନି।
Also read: ଚର୍ଚ୍ଚା, ଆଲୋଚନା ଭିତରେ ମୁହଁ ଖୋଲିଲେ ରୋହିତ, କହିଲେ ଏମିତି...
ସିଡନୀରେ ଏ ପର୍ଯ୍ୟନ୍ତ ଛଅ ଥର ୨୦୦ରୁ ଅଧିକ ଲକ୍ଷ୍ୟ ହାସଲ ହୋଇ ପାରିଛି। ଆଉ ଏହି କମାଲ ଅଷ୍ଟ୍ରେଲିଆ ହିଁ କରିଛି। ଅଷ୍ଟ୍ରେଲିଆ ୧୮୯୮ରେ ଇଂଲଣ୍ଡ ବିପକ୍ଷରେ ୨୭୬ ଓ ୧୯୦୭ରେ ୨୭୫ ରନ କରି ବିଜୟ ଲାଭ କରିଥିଲା। କଙ୍ଗାରୁ ଦଳ ୧୯୮୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୬୦ ରନ, ଇଂଲଣ୍ଡ ବିପକ୍ଷରେ ୧୯୮୦ରେ ୨୧୬ ରନ ଓ ୧୯୪୭ରେ ୨୧୪ ରନ କରି ବିଜୟ ହାସଲ କରିଥିଲା। ଅନ୍ୟପଟେ ଇଂଲଣ୍ଡ ସିଡନୀରେ ୧୯୦୩ରେ ୧୯୪ ରନର ବିଜୟ ଲକ୍ଷ୍ୟକୁ ସଫଳତାପୂର୍ବକ ହାସଲ କରିଥିଲା।
ସିଡନୀରେ ଅଷ୍ଟ୍ରେଲିଆର ରେକର୍ଡ ଦମଦାର ରହିଛି। ଏଠାରେ ଦଳ ୧୨୧ ଟେଷ୍ଟ ଖେଳି ୬୧ ଜିତିଥିବା ବେଳେ ୨୮ଟିରେ ପରାଜିତ ହୋଇଛି ଏବଂ ୨୩ ଟେଷ୍ଟ ଡ୍ର ରହିଛି। ଅଷ୍ଟ୍ରେଲିଆ ଶେଷ ଥର ୨୦୧୧ରେ ସିଡନୀରେ ପରାଜିତ ହୋଇଥିଲା। ଇଂଲଣ୍ଡ ଆସେସ୍ ସିରିଜ୍ରେ କଙ୍ଗାରୁ ଦଳକୁ ଇନିଂସ ଓ ୮୩ ରନରେ ହରାଇଥିଲା। ଅନ୍ୟପଟେ ଭାରତ ଏହି ମଇଦାନରେ ୪୬ ବର୍ଷ ହେବ ଟେଷ୍ଟ ମ୍ୟାଚ୍ ଜିତି ନାହିଁ।
Also read: ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲେ ବୁମରା, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ରେକର୍ଡ
ଭାରତ ସିଡନୀରେ ଏକମାତ୍ର ବିଜୟ ୧୯୭୮ରେ ହାସଲ କରିଥିଲା। ଉକ୍ତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ଇନିଂସ ଓ ୨ ରନରେ ହରାଇଥିଲା। ଭାରତ ଓ ଅଷ୍ଟ୍ରେଲିଆ ସିଡନୀରେ ୧୩ ଟେଷ୍ଟ ଖେଳି ୫ ଟି ଜିଥିଥିବା ବେଳେ ୭ ମ୍ୟାଚ୍ ଡ୍ର ରହିଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ୍ଟ ଟେଷ୍ଟର ଫଳାଫଳ ଆସିବାର ସମ୍ଭାବନା ଅଧିକ ରହିଛି। ଭାରତକୁ ଯଦି ଏହି ମ୍ୟାଚ୍ ଜିତିବାର ଅଛି ତେବେ ଅଷ୍ଟ୍ରେଲିଆକୁ ୨୦୦ରୁ ଅଧିକ ବିଜୟ ଲକ୍ଷ୍ୟ ଦେବାକୁ ପଡ଼ିବ। ଏବେ ସବୁ ଆଶା ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦରଙ୍କ ଉପରେ ରହିଛି।