ନୂଆଦିଲ୍ଲୀ ୨।୧: ସାରା ଦେଶରେ ଲୋକେ ଧୂମ ଧାମରେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି। ନୂଆ ବର୍ଷକୁ ଲୋକେ ନିଜନିଜ ଅନୁସାରେ ପାଳନ କରିଥିବା ବେଳେ ବେଶ୍ ଡିଜେ ପାର୍ଟି ଓ ମଦ୍ୟପାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଦେଶର ଅଲଗା ଅଲଗା ରାଜ୍ୟର ଲୋକେ ନୂଆ ବର୍ଷ ଅବସରରେ କେତେ କୋଟି ଟଙ୍କାର ମଦ୍ୟପାନ କରିଛନ୍ତି? ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୂଆ ବର୍ଷ ଅବସରରେ ଭାରତୀୟ ମଦ୍ୟପାନରେ ନୂଆ ରେକର୍ଡ କରିଛନ୍ତି।
ଏଥିରେ ଉତ୍ତରପ୍ରଦେଶରେ କେବଳ ନୂଆ ବର୍ଷ ପାଳନ ପାଇଁ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ବେଳେ ଦିଲ୍ଲୀ ଓ ଏନସିଆରରେ ୪୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। କେବଳ ଦିଲ୍ଲୀ କି ୟୁପି ନୁହେଁ ନୂଆ ବର୍ଷ ପାଳନ ପାଇଁ ଦେଶ ଦୁନିଆରେ ବିପୁଳ ମଦ ବିକ୍ରି ହୋଇଛି। ଏଥିରେ ଲୋକେ ହଜାର ହଜାର କୋଟି ଟଙ୍କାର ମଦ କିଣି ପିଇଯାଇଛନ୍ତି। ତେବେ ଆମ ଦେଶରେ ନୂଆ ବର୍ଷ ମଦ୍ୟପାନରେ ନୂଆ ରେକର୍ଡ ସ୍ଥାପନା ହୋଇଛି।
ଏହି ଅବସରରେ କର୍ଣ୍ଣାଟକରେ ଲୋକେ ୩୦୮ କୋଟି ଟଙ୍କାର ମଦ କିଣି ପିଇଯାଇଥିବା ବେଳେ ତେଲେଙ୍ଗାନାରେ ଲୋକେ ୪୦୨ କୋଟି ଟଙ୍କାର ମଦ କିଣି ପିଇଛନ୍ତି। ଏହି ସମୟରେ କେରଳରେ ୧୦୮ କୋଟି ଟଙ୍କାର ମଦ ବିକ୍ରିର ଖବର ଆସୁଥିବା ବେଳେ ଏଥି ପାଇଁ ଅନଲାଇନ ଆପସ୍ ରେ ଚାଖଣା ରୂପେ ଆଳୁ ଭୁଜିଆ, ଚିପସ୍ ଓ ଆଇସ କ୍ୟୁବ୍ ସବୁଠୁ ଅଧିକ ବିକ୍ରି ହୋଇଛି। ଉତ୍ତରାଖଣ୍ଡ ମଧ୍ୟ ନୂଆ ବର୍ଷକୁ ଧୂମ ଧାମରେ ପାଳନ କରିଛି। ଚଳିତବର୍ଷ ଏଠାରେ ନୂଆ ବର୍ଷ ସ୍ୱାଗତ ପାଇଁ ଅନୁଷ୍ଠିତ ପାର୍ଟି ନିମନ୍ତେ ୧୫ କୋଟି ଟଙ୍କର ମଦ ବିକ୍ରି ହୋଇଥିବାର ଜଣାପଡିଛି।
ଏଥିରେ ସବୁଠୁ ଅଧିକ ମଦ ବିକ୍ରି ଡେରାଡୁନ ଓ ନୈନିତାଲ ଭଳି ଟୁରିଷ୍ଟ ପ୍ଲେସ୍ରେ ହୋଇଛି। ଉତ୍ତରାଖଣ୍ଡରେ ଦିନକ ପାଇଁ ମଦ ବିକ୍ରି ନିମନ୍ତେ ମୋଟ ୬୦୦ ବାର ଲାଇସେନ୍ସ ଜାରି କରାଯାଇଥିଲା। ଏହି ସବୁ ବାରରେ ୩୭ ହଜାରରୁ ଅଧିକ ପେଟି ମଦ ବିକ୍ରି ହୋଇଛି। ଏଥିରେ ଉତ୍ତରପ୍ରଦେଶ ମଦ ପିଇବା ମାମଲାରେ ପଛରେ ପଡିନଥିଲା। ଏଠାରେ ନବ ବର୍ଷ ଅବସରରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। କେବଳ ନୋୟେଡାରେ ଦୁଇ ଦିନରେ ୧୬ କୋଟି ଟଙ୍କାର ମଦ ବିକ୍ରି ରେକର୍ଡ ହୋଇଛି।