କଶ୍ୟପଙ୍କ ନାଁରେ ହୋଇପାରେ କାଶ୍ମୀରର ନାଁ, ଅମିତ୍ ଶାହଙ୍କ ବଡ଼ ବୟାନ

Published By : Prameya-News7 Bureau | January 02, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗୁରୁବାର 'J&K and Ladakh Through the Ages' ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କାଶ୍ମୀରର ନାଁ କଶ୍ୟପଙ୍କ ନାଁରେ ହୋଇପାରେ । ସେ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ଉଲ୍ଲେଖ, ସିଲ୍କ ରୁଟ୍, ହେମିଷ ମଠରୁ ପ୍ରମାଣିତ ହେଉଛି ଯେ କାଶ୍ମୀରରୁ ହିଁ ଭାରତର ସଂସ୍କୃତିର ମୂଳଦୂଆ ପଡ଼ିଥିଲା । ସୁଫୀ, ବୌଦ୍ଧ ଏବଂ ଶୈଳ ମଠ କାଶ୍ମୀରକୁ ଭଲ ଭାବେ ବିକଶିତ କରିଛନ୍ତି ।

ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀରୀ, ଡୋଗରୀ, ବାଲଟୀ ଏବଂ ଝଙ୍କାରୀ ଭାଷାକୁ ସ୍ୱୀକୃତି ଦିଆଯାଇଛି । ଏଥିପାଇଁ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜାମ୍ମୁ କାଶ୍ମୀରର ସ୍ଥାନୀୟ ଭାଷାକୁ ଜୀବିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଶାହ କହିଛନ୍ତି ଯେ ଧାରା ୩୭୦ ଏବଂ ୩୫ଏ ଦେଶକୁ ଏକ ହେବାକୁ ରୋକିବାର ପ୍ରାବଧାନ ଥିଲା । ସମ୍ୱିଧାନ ସଭାରେ ଏହି ଧାରାକୁ ନେଇ ବହୁମତ ନଥିଲା । ସେଥିପାଇଁ ଏହାକୁ ସେତେବେଳେ ଅସ୍ଥାୟୀ ପ୍ରାବଧାନ କରାଯାଇଥିଲା, କିନ୍ତୁ ସ୍ୱାଧୀନତା ପରର ଏହି କଳଙ୍କିତ ଅଧ୍ୟାୟକୁ ମୋଦୀ ସରକାର ହଟାଇଛନ୍ତି ଏବଂ ବିକାଶର ରାସ୍ତା ଖୋଲିଛନ୍ତି ।

ଗୃହ ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀରର ଇତିହାସକୁ ପୁସ୍ତକ ଜରିଆରେ ସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇଛି । କାଶ୍ମୀର ଉପରେ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସ କୁହାଯାଇଛି । ଭାରତ ପୂରା ଦୁନିଆରେ ଏକମାତ୍ର ଦେଶ, ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରରେ ଆଧାରିତ ଅଟେ । ଏଥିପାଇଁ କାଶ୍ମୀରରୁ କନ୍ୟାକୁମାରୀ ଭାରତ ଏକ । ଯିଏ ସାଂସ୍କୃତିକ ଐତିହ୍ୟକୁ ବୁଝିପାରିବ, ତାର ହିଁ ଭାରତକୁ ବୁଝିବାର ଉଦ୍ୟମ ସାର୍ଥକ ହେବ ।

ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀର ଭାରତର ଅଭିନ୍ନ ଅଂଶ ଅଛି ଏବଂ ରହିବ । ଭିନ୍ନ କରିବାକୁ କିଛି ଲୋକ ପ୍ରୟାସ କରିଥିଲେ, କିନ୍ତୁ ଏବେ ସେହି ବାଧାକୁ ହଟାଇ ଦିଆଯାଇଛି । କାଶ୍ମୀରରେ ଯେଉଁ ମନ୍ଦିରର ମିଳିଛି, ତାର ଉଲ୍ଲେଖ ଏହି ପୁସ୍ତକରେ ରହିଛି । ସେ କହିଛନ୍ତି ଯେ ବ୍ରିଟିଶ ଶାସନ କାଳରେ ଇତିହାସରେ ଲେଖାଯାଇଥିବା ଆମ ଦେଶର ପରିଭାଷା ସେମାନଙ୍କ ଅଜ୍ଞନତା କାରଣରୁ ଭୁଲ ଥିଲା । ଲୁଟିୟନ ଦିଲ୍ଲୀରେ ବସି ଇତିହାସ ଲେଖା ଯାଏନି, ସ୍ଥାନକୁ ଯାଇ ବୁଝିବାକୁ ପଡ଼ିଥାଏ । ଶାସକଙ୍କୁ ଖୁସି କରାଇବା ପାଇଁ ଇତିହାସ ଲେଖିବାର ସମୟ ଯାଇସାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.