ଭୁବନେଶ୍ୱର ୩୦।୧୨ : ଚାଷୀଙ୍କର ବହୁତ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଭିଜିଟିରେ ଯାହା ଆମେ ଦେଖିଛୁ । ତେଣୁ ଖୁବଶୀଘ୍ର ଚାଷୀଙ୍କ ସହାୟତା ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ରାଜ୍ୟରେ ଚାଷୀଙ୍କ ପାଇଁ କାଳ ସାଜିଥିଲା ଅଦିନିଆ ବର୍ଷା । ଏହି ଅଦିନିଆ ବର୍ଷାରେ ଅନେକ ଚାଷୀଙ୍କର ଉଜୁଡି ଯାଇଛି କ୍ଷେତ । ଅମଳ କରି ଧାନକୁ ଘରକୁ ଆଣିବା ସମୟରେ ଦାଉ ସାଜିଲା ଏହି ଅଦିନିଆ ବର୍ଷା । ତେବେ ଅଦିନିଆ ବର୍ଷାରେ କେତେ ପରିମାଣରେ ଚାଷୀଙ୍କର କ୍ଷୟକ୍ଷତି ହୋଇଛି । ସେନେଇ ଆକ୍ସନକୁ ଆସିଥିଲେ କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ନିଜେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ସ୍ଥିତି ଅନୁଧ୍ୟାନ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଅଦିନିଆ ବର୍ଷାରେ ଚାଷୀଙ୍କର ବହୁତ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଭିଜିଟ୍ରେ ଆମେ ଏହା ହିଁ ଦେଖିଛୁ । ତେଣୁ ସ୍ଥିତି ଅନୁଧ୍ୟାନ ପରେ ଚାଷୀଙ୍କୁ ଖୁବଶୀଘ୍ର ମିଳିବ ସହାୟତା । ସୋମବାର ଦିନ ଆସିବ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ। ସେହିପରି ଜିଲ୍ଲାପାଳମାନଙ୍କୁ FAQ ମାନ କୋହଳ କରିବାକୁ ନେଇ କୁହାଯାଇଛି। ଏପିରିକି ଏହି ପ୍ରସଙ୍ଗ ନେଇ FCI ସହିତ ଆଲୋଚନା ମଧ୍ୟ ହୋଇଛି।