ଭଦ୍ରକ ୧୯।୧୨ : ରାତିଅଧରେ ଆତଙ୍କରାଜ । ବୁଲିଲା ଖଣ୍ଡା ଓ ଭୁଜାଲି । ଚାନ୍ଦ ପାଇଁ ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଧ୍ୟ କରିପାରିଲାନି ନିୟନ୍ତ୍ରଣ । ଭଦ୍ରକ ଜିଲ୍ଲା ଟାଉନ୍ ଥାନା ନୂଆ ବସ୍ ଷ୍ଟାଣ୍ଡ ନିକଟରେ କିଛି ଅସାମାଜିକ ଯୁବକଙ୍କ ଏପରି ଉତ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଆସି ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଅନ୍ଲୋଡ ପାଇଁ ରଖିଥିଲେ । ହଠାତ୍ ଏହି ସମୟରେ କେତେକ ନିଶାସକ୍ତ ଯୁବକ ଆସି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ହେଲେ ଡ୍ରାଇଭର ଜଣଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲେ । ଶେଷରେ ଯୁବକମାନେ ତାଙ୍କୁ ମାଡ ମାରିଥିଲେ । ଆଉ ଡ୍ରାଇଭର ଜଣଙ୍କ ନିରୁପାୟ ହୋଇ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପ ଅଞ୍ଚଳର ପି. ବାସୁଙ୍କୁ ଫୋନ୍ କରିଥିଲେ । ପି ବାସୁ ଓ ତାଙ୍କର ଦୁଇ ସହଯୋଗଙ୍କ ସହ ଆସିବାରୁ ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଥିରେ ତିନି ଜଣ ତିନି ଜଣ ନିଶାସକ୍ତ ଯୁବକ ରାଗି ଯାଇ ଛୁରୀ, ଭୁଜାଲିରେ ଆକ୍ରମଣ କରିଥିଲେ । ଯେଉଁଥିରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଏବଂ ଅଟୋ ମାଲିକ ଗୁରୁତର ହୋଇଥିଲେ । ଶେଷରେ ସମସ୍ତ ଏକ ଅଟୋରେ ଆସି ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଟାଉନ୍ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହାକୁ ଦେଖି ଯୁବକମାନେ ଘଟଣାସ୍ଥଳରେ ଟ୍ରାନ୍ସପୋର୍ଟ ମାଲିକଙ୍କ ଗାଡି ନେଇ ଚମ୍ପଟ ମାରିଥିଲେ ।ଅନ୍ୟପଟେ ଭଦ୍ରକ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସମସ୍ତ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛିଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।