ବାସୁଦେବପୁର ୧୬/୨: ୪ରୁ ୫ ଜଣ ସାଂଗ ମିଶି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମଜା ମସ୍ତି କରି ଗାଧୋଉଥିବାବେଳେ ହଠାତ ଘଟିଲା ଅଘଟଣ । ୨ ଜଣ ବୁଡିଯାଇଥିଲେ । ବାସୁଦେବପୁର ମ୍ୟୁନିସିପାଲିଟ ଗୁଆଗାଁରେ ଅଭାବନୀୟ ଘଟଣା । ସାଂଗ ମାନଙ୍କ ସହ ଗାଧୋଉଥିବାବେଳେ ସତ୍ୟବାନ ବେହେରାଙ୍କ ପୁଅ ଗୁଡ୍ଡୁ ଓ କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର ବୁଡି ଯାଇଥିଲେ । ଅନ୍ୟମାନେ କଣ କରିବେ ବୁଝିପାରିଲେନି । ପାଟ କରି ଡାକ ପକାଇଲେ । ପରିବାର ଓ ଗାଁ ଲୋକ ମିଶି ବହୁ ଖୋଜାଖୋଜି କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ପ୍ରଥମେ ରାଜେନ୍ଦ୍ରକୁ ଉଦ୍ଧାର କରାଯାଇଥିଲା ପରେ ଗୁଡ୍ଡୁକୁ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ ମେଡିକାଲ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।
'ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବାର ପ୍...
