ଭଦ୍ରକ ୧୭।୦୨ : ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ମଙ୍ଗଳ ୟୁନିଟ ବା ନୂଆ ଡିଏଚ୍ଏଚ୍ରେ ଗାଇନିଂ ଓ ପେଡ୍ରିଆଟିକ୍ ବିଭାଗ କାର୍ଯ୍ୟକ୍ଷମ ହୋଇଛି । କିନ୍ତୁ ସହର ଠାରୁ ଗେଲପୁର ଦୂରରେ ଥିବାରୁ ହୋଇଥିବାରୁ ଅଧିକାଂଶ ଡାକ୍ତର ଆସୁନଥିବାର ଅଭିଯୋଗ ହୋଇଥିଲା । ରାତି ସମୟରେ ଶିଶୁଙ୍କୁ ଆମ୍ବୁଲାନ୍ସରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ପୁଣି ସେଠାକୁ ନିଆଯାଏ ।
ଏଭଳି ସ୍ଥିତିରେ ରବିବାର ବିଳମ୍ବିତ ରାତିରେ ମେଡିକାଲରେ ଶିଶୁ ବିଭାଗ ଡାକ୍ତର ନଥିବା ନେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉଥରାଏଙ୍କୁ ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ନିଜେ ବିଳମ୍ବିତ ରାତିରେ ଅଚାନକ ଗେଲପୁର ସ୍ଥିତ ହସ୍ପିଟାଲକୁ ଗସ୍ତ କରିଥିଲେ । ଏପିରିକି ଦାୟିତ୍ୱରେ ଥିବା ଡାକ୍ତର ଉପସ୍ଥିତ ନଥିବା ଜାଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ କଥା ହୋଇଥିଲେ । ଏହି ଘଟଣା ପରେ ସଂପୂର୍ଣ୍ଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି ।
ଆମେରିକା ମଦ ଉପରେ ସୀମା ଶୁଳ୍କ ହ୍ରାସକୁ ଭାରତୀୟ ବ୍ୟବସାୟୀଙ୍କ ବିରୋଧ !