ଭଦ୍ରକ ୧୬/୨: ନୋଟିସ୍ ଦେବାକୁ ଆସି ହଟହଟା ଅବକାରୀ ବାବୁ । ଅଟକ ରଖିଲେ ସ୍ଥାନୀୟ ଲୋକେ । ପୋଲିସ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଭଦ୍ରକ ପୁରୁଣା ବଜାର ଥାନା ହେଲା ସାହିର ସେକ ତବରେଜଙ୍କ ଘରକୁ ଏକ ମାମଲାରେ ନୋଟିସ୍ ଦେବାକୁ ଭଦ୍ରକ ଅବକାରୀ ପୋଲିସର ଏକ ଟିମ୍ ଆସିଥିଲେ ।
ଏହି ସମୟରେ ଅବକାରୀ ପୋଲିସ ବାବୁ ମାନେ ତବରେଜଙ୍କ ଘରେ ପଶିଯିବା ସହ ମହିଳାଙ୍କ ଫଟୋ ନିଜ ମୋବାଇଲରେ ଉଠାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବିରୋଧର ସ୍ବର ତୀବ୍ର ହୋଇଥିଲା ସ୍ଥାନୀୟ ଲୋକେ ଵହୁ ସମୟ ପର୍ଯ୍ୟନ୍ତ ଅବକାରୀ ପୋଲିସକୁ ଅଟକ ଥିଲେ । ପରେ ପୁରୁଣା ବଜ଼ାର ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ଅବକାରୀ ପୋଲିସ ଘଟଣାକୁ ମିଥ୍ୟା ବୋଲି କହିଥିବା ବେଳେ ତଵରେଜଙ୍କ ପରିବାର ଲୋକ ଅବକାରୀ ପୋଲିସର ମନମୁଖୀ କାର୍ଯ୍ୟକୁ ନିନ୍ଦା କରିଛନ୍ତି।