ଭିଜିଲାନ୍ସ ପଞ୍ଝାରେ ବୟନ ଶିଳ୍ପ ବିଭାଗର ୨ କର୍ମଚାରୀ, ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | December 20, 2024 IST

ବୌଦ୍ଧ ୨୦।୧୨: ବୌଦ୍ଧ ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ । ବୟନ ଶିଳ୍ପ କାର୍ଯ୍ୟାଳୟର ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ । ଦୁଇ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ । ଉଭୟ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୋସାଇଟିର ଫାଇଲ ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବୈଦ୍ୟନାଥପୁର ଗ୍ରାମର ପଞ୍ଚାନନ ମେହେର ତନ୍ତୁବାୟ ସହଯୋଗ ସମିତିର ଟଙ୍କା ଉଠାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ଦସ୍ତଖତ ଆବଶ୍ୟକ ଥିଲା । ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କା ଉଠାଣ ପାଇଁ ସବୁକିଛି କାଗଜପତ୍ର କାମ ସରିବା ପରେ ବୟନ ଶିଳ୍ପ ବିଭାଗର ଦୁଇ ଇନ୍ସପେକ୍ଟର ସମିତିର ସମ୍ପାଦକ ପଞ୍ଚାନନ ମେହେରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ସମ୍ପର୍କରେ ସମ୍ପୃକ୍ତ ସମ୍ପାଦକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଛପି ବସିଥିଲେ । ବେଳେ ଦୁଇ କର୍ମଚାରୀ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଦୁଇ କର୍ମଚାରୀ ହେଲେ କୃଷ୍ଣ ଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଫୁଲବାଣୀ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି, ସନ୍ତୋଷ କୁମାର ସାହୁ, ମନୋଜ କୁମାର ନାଏକ ତଥା ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଏହି ଚଢଉରେ ସାମିଲ ଥିଲେ ।

You Can Read:

ସ୍କୁଲ ପରିସରରେ ଛାତ୍ରଙ୍କୁ ଛୁରାମାଡ଼, ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.