ସ୍କୁଲ ପରିସରରେ ଛାତ୍ରଙ୍କୁ ଛୁରାମାଡ଼, ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

Published By : Prameya-News7 Bureau | December 20, 2024 IST

ପଟ୍ଟାମୁଣ୍ଡାଇ ୨୦।୧୨: ବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଛୁରାମାଡରେ ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି । ଆହାତ ଛାତ୍ର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଘଟିଛି ଏଭଳି ଅଘଟଣ । 

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର କ୍ଲାସ୍ ଚାଲିଥିବା ବେଳେ ପ୍ରକାଶଙ୍କ ହାତକୁ ନେଇ ଅନ୍ୟ ଜଣେ ଛାତ୍ର ଲକ୍ଷ୍ମୀକାନ୍ତଙ୍କ ମୁଣ୍ଡରେ ବଜାଇ ଦେଇଥିଲେ । ଏହି ସମୟରେ ଲକ୍ଷ୍ମୀକାନ୍ତ ପ୍ରତିକ୍ରିୟାଶୀଳ ହୋଇ ପ୍ରକାଶଙ୍କୁ ଗାଳିଗୁଲଜ କରିଥିବା ବେଳେ ଉଭୟ ଛାତ୍ରଙ୍କ ମଧ୍ୟରେ ମାଡ଼ଗାଳି ମଧ୍ୟ ହୋଇଥିଲା । ତେବେ ଶିକ୍ଷକ ଆସି ଦୁହିଁଙ୍କୁ ଆକଟ କରିଥିବା ବେଳେ ମଧ୍ୟାହ୍ନ ଭୋଜନ ସମୟରେ ଲକ୍ଷ୍ମୀକାନ୍ତ ଘରକୁ ଯାଇ ଏକ ଧାରୁଆ ଛୁରୀ ଧରି ବିଦ୍ୟାଳୟକୁ ଫେଥିଲେ । ଏହି ଛୁରୀରେ ସେ ପ୍ରକାଶଙ୍କ ପିଠିକୁ ଆକ୍ରମଣ କରିଥିଲେ । ତେବେ ଆହତ ଅବସ୍ଥାରେ ପ୍ରକାଶଙ୍କୁ ସ୍ଥାନୀୟ ପଟ୍ଟାମୁଣ୍ଡାଇ ଉପ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

You Can Read:

ଏଣିକି ଅବକାରୀ ବିଭାଗ ଅନୁମତି ବିନା ହୋଇପାରିବନି ଜିରୋ ନାଇଟ୍ ସେଲିବ୍ରେସନ୍, ଅନୁମତି ନଥିଲେ ହେବ ଆକ୍ସନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.