ମାଲକାନଗିରି ୨୪/୧୨: ପୋଲିସକୁ ମିଳିଛି ବଡ଼ ସଫଳତା। ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଲା ପୁଲିସ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ପ୍ରଭାକର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ। ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୁଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। ଛତିଶଗଡ କାଙ୍କେର ଜିଲ୍ଲାରେ ହାଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ ।
୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ନକ୍ସଲ ନେତା ପ୍ରଭାକର ରାଓଙ୍କୁ ପୋଲିସ ନାକାବନ୍ଦୀ କରି କାଙ୍କେର ଜିଲ୍ଲାର ଅନ୍ତଗଡ଼ ଜଙ୍ଗଲରୁ ଗିରଫ କରିଛି । ଛତିଶଗଡ଼ ସମେତ ଆନ୍ଧ୍ର ଓ ଓଡିଶାରେ ପ୍ରଭାକର ରାଓଙ୍କ ନାମରେ ଅନେକ ହିଂସା ମାମଲା ରହିଛି । ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ଗିରଫଦାରୀ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ପାଇଁ ଏକ ବଡ ସଫଳତା ।
୧୯୮୪ ମସିହାରେ ନକ୍ସଲ ସଂଗଠନରେ ଏକ ଦଳୀୟ ସଦସ୍ୟ ଭାବରେ ଯୋଗ ଦେଇଥିଲେ ଏବଂ ଗତ ୪୦ ବର୍ଷ ଧରି ସକ୍ରିୟ ରହିଛନ୍ତି । ୫୭ ବର୍ଷୀୟ ପ୍ରଭାକର ଓରଫ ବାଲମୁରୀ ନାରାୟଣ ରାଓ ତେଲେଙ୍ଗାନା ରାଜ୍ୟର ଜଗିତିଆଲ ଜିଲ୍ଲାର ବୀରପୁର ଗ୍ରାମର ବାସିନ୍ଦା । ସେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ଶୀର୍ଷ ମାଓ ନେତାଙ୍କ ନିକଟତର ସହଯୋଗୀ ଥିଲେ ।
ଆଇଜି କହିଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ପତ୍ନୀ ରାଜେ କାଙ୍ଗେ ରାଓଘାଟ ଏରିଆ କମିଟିର ପ୍ରଭାରୀ । ଏହା ସହ ସେ ମାଓ ସଚିବ ଗଣପତିଙ୍କ ସମ୍ପର୍କୀୟ ଭାଇ । ୨୦୨୪ ମସିହାରେ ଏପର୍ଯ୍ୟନ୍ତ ମୋଟ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୁଚନା ଦେଇଛନ୍ତି ।