ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ପୁଅ ଆଗରେ ଆଖି ବୁଜିଲେ ବାପା

Published By : Prameya-News7 Bureau | December 24, 2024 IST

News7

ନୀଳଗିରି: ମୃତ୍ୟ ଏମିତି ବି ଆସେ। ଆଜି ବାଲେଶ୍ଵର ଜିଲ୍ଲା ଶେରଗଡ଼-ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥ ସିମୁଳିଆ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ପୁଅ ଆଗରେ ଆଗରେ ବାପା ଆଖିବୁଜି ଦେଇଥିବା ବେଳେ ନାବାଳକ ଜଣକ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ଜଣାପଡିଛି। ସେହିପରି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, କାହାଳିଆ ଗ୍ରାମର ରମେଶ ପାତ୍ରଙ୍କ ପୁଅ ଚନ୍ଦ୍ରଶେଖର ପଞ୍ଚଲିଙ୍ଗେଶ୍ଵର କଲେଜରେ ପଢୁଥିବା ବେଳେ ନୀଳଗିରି ଷ୍ଟାଡିୟମ ପଡ଼ିଆରେ କ୍ରିକେଟ ମ୍ୟାଚ୍ ଦେଖି ଘରକୁ ଖାଇବାକୁ ଆସିଥିଲେ। ପୁଣି ମ୍ୟାଚ ଦେଖିବା ପାଇଁ ଘରୁ ବାଇକରେ ଯାଇଥିଲେ।ସେହିପରି ରେମୁଣା ବ୍ଲକ ବଡୁଆ ଗଂଜ ଗ୍ରାମର ଅକ୍ଷୟ କୁମାର ଜେନା ନିଜ ୧୧ବର୍ଷର ପୁଅକୁ ବସାଇ ଘରକୁ ଫେରୁଥିବା ବେଳେ ସିମୁଳିଆ ଛକ ନିକଟରେ ଚନ୍ଦ୍ରଶେଖରଙ୍କ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା।ଉଭୟଙ୍କ ବାଇକର ବେଗ ଜୋରରେ ଥିବାରୁ ସମସ୍ତେ ପିଚୁ ରାସ୍ତାରେ କଚାଡି ପଡ଼ିଥିଲେ।ବାଇକ ଦୁଇଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣା ସ୍ଥଳରେ ଅକ୍ଷୟଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପୁଅ ଗୁରୁତର ଅବସ୍ଥାରେ ପ୍ରଥମେ ନିଳଗିରି ମେଡିକାଲ ପରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। 

Also read: ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ ଶୁଖାଇବାକୁ ଚାଷୀଙ୍କୁ ସମୟ ଦିଆଯିବ : ଯୋଗାଣ ମନ୍ତ୍ରୀ

ସେହିପରି ଛାତ୍ର ଚନ୍ଦ୍ରଶେଖରଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ନୀଳଗିରି ଆଇଆଇସି ଗୋପାଳ କର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଦୁଇ ବାଇକକୁ ଜବତ କରିଛନ୍ତି। ଉକ୍ତ ଘଟଣା ଶୁଣିବା ପରେ ମେଡିକାଲ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା। ନାବାଳକ ପୁଅ ଆଗରେ ବାପାର ମୃତ୍ୟୁ ଘଟିଥିଲା ବେଳେ ପୁଅ ଏବେ ଜୀବନ ସହିତ ମେଡିକାଲରେ ସଂଗ୍ରାମ କରୁଛି।ଏଭଳି ମର୍ମନ୍ତୁକ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ଅକାଳ ବିୟୋଗ ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.