ଧରାବତଣ କଲେ ପ୍ରଭୁ ଯୀଶୁ, ସେଲିବ୍ରେସନରେ ମାତିଲେ ଧର୍ମାବଲମ୍ୱୀ

Published By : Prameya-News7 Bureau | December 25, 2024 IST

ଭୁବନେଶ୍ୱର ୨୫/୧୨: ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ । ଆଜି ମଧ୍ୟ ରାତିରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି । ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ । ଭୁବନେଶ୍ୱରର ଚର୍ଚ୍ଚ ପରିସରରେ ମହା ଆଡମ୍ୱରରେ ଖ୍ରୀଷ୍ଟମାସ ପାଳନ କରାଯାଉଛି । ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ଶ୍ରଦ୍ଧାଳୁ ମଧ୍ୟ ଭୁବନେଶ୍ବରରେ ଖ୍ରୀଷ୍ଟମାସ ସେଳିବ୍ରେଟ କରୁଛନ୍ତି । ତେବେ ପ୍ରତିକୂଳ ପାଗ ସାମାନ୍ୟ ପ୍ରଭାବ ପକାଇଛି ସେଲୋବ୍ରେସନରେ। 

ସୂଚନା ଥାଉକି, ବଡ଼ଦିନ ଅବସରରେ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। 

କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼। କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ୱ ରେକର୍ଡ ହାସଲ କରିଛି। 

୧୬ ସେହିପରି ଭାଟିକାନ୍ ସିଟିରେ ପାଳନ ହୋଇଛି କ୍ରିସମାସ୍ । ଖ୍ରୀଷ୍ଟ ରୀତିନୀତି ଅନୁସାରେ ଯୀଶୁ ଧରାବତରଣ କରିଛନ୍ତି। ଧୁମଧାମରେ ଏହାକୁ ପାଳନ କରାଯାଇଛି। Peter's Basilicaର StPeter's Basilicaରେ ପୋପ୍ ଫ୍ରାନସିସ୍ ଙ୍କ ନେତୃତ୍ୱରେ ପାଳନ କରାଯାଇଥିବା ଏହି ଉତ୍ସବରେ ବିଶ୍ୱର କୋଣଅନୁକୋଣରୁ ଲୋକେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.