କଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା, ଆଜେରବାଇଜାନ ଏୟାରଲାଇନ୍ସ କ୍ରାଶ୍

Published By : Prameya-News7 Bureau | December 25, 2024 IST

ନୂଆଦିଲ୍ଲୀ ୨୫/୧୨ : କଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା । ଯେଉଁଥିରେ ଥିଲେ ୬୭ ଯାତ୍ରାଙ୍କ ସହ ୫ କ୍ରୁ ମେମ୍ୱର । ଦୁର୍ଘଟଣା ନେଇ ଦାବି କରିଛି ଋଷ ନ୍ୟୁଜ୍ ଏଜେନ୍ସି । ଏଜେନ୍ସି ଦାବି କରିଛି କି, ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ଆଜେରବାଇଜାନ ବିମାନଟି ବାକୁ ରୁ ଗ୍ରୋଜନୀ ଅଭିମୁଖେ ଯାତ୍ରା କରୁଥିଲା । 


ଗ୍ରୋନଜୀ ଅଞ୍ଚଳଟି ଋଷର ଚେଞ୍ଚିଆ ଅଞ୍ଚଳରେ ଅବସ୍ଥିତ । କିନ୍ତୁ କୁହୁଡ଼ି ହେତୁ ବିମାନଟି ଅନ୍ୟ ଦିଗକୁ ଚାଲିଯାଇଥିଲା । ଏହାପରେ କିଛି ନ୍ୟୁଜ ଏଜେନ୍ସି ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। କିଛି ଟ୍ୱିଟର ହ୍ୟାଣ୍ଡେଲରେ ଏହା ମଧ୍ୟ କୁହାଯାଉଛି ଯେ ୧୦୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜେରବାଇଜାନ ଏବଂ ଋଷର ନାଗରିକ ଥିଲେ।

ସୂଚନା ଥାଉକି, ବୁଧବାର କଜାକିସ୍ତାନର ଅକଟା ସହର ନିକଟରେ ଖ୍ରୀଷ୍ଟମାସ ଅବସରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଏସୀୟ ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନରେ କିଛି ଲୋକ ଜୀବିତ ଅଛନ୍ତି । 

ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର କରାଯାଉଛି। ସେପଟେ ଏହି ଦୁର୍ଘଟଣା ସମ୍ପର୍କରେ ଆଜେରବାଇଜାନ ଏୟାରଲାଇନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ରଖିନି । ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଖୁବ ଶୀଘ୍ର ଭାଇରାଲ ହେଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.