ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ ନେଇ ତାତିଲା ତାଲିବାନ: କହିଲା, ଆମେ ପାକ୍‌କୁ ଛାଡ଼ିବୁନି

Published By : Prameya-News7 Bureau | December 25, 2024 IST

internet

ନୂଆଦିଲ୍ଲୀ: ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ ନେଇ ମୁହଁ ଖୋଲିଲା ତାଲିବାନ। ପାକିସ୍ତାନ ଏଭଳି ଆକ୍ରମଣ କରି ଭିରୁ ଭଳି ଆଚରଣ କରିଛି। ଏହାକୁ ଖାଲି ଛାଡ଼ି ଦିଆଯିବ ନାହିଁ ବୋଲି ତାଲିବାନ କହିଛି। 

ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ତାଲିବାନ ସ୍ପଷ୍ଟ କରିଛି। ବୁଧବାର ପାକିସ୍ତାନ ପୂର୍ବ ପକ୍ତିକା ରାଜ୍ୟରେ ଏହି ଏଆର ଷ୍ଟ୍ରାଇକ୍ କରିଥିଲା। ଏଥିରେ ମହିଳା ଓ ଛୋଟପିଲାଙ୍କର ଜୀବନ ଯାଇଛି ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। 

ଘଟଣା ସମ୍ପର୍କରେ ସୂଚନା ଦେଇ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି “ଗତକାଲି ରାତିରେ (ମଙ୍ଗଳବାର) ପାକିସ୍ତାନ ପାକ୍ତିକା ପ୍ରଦେଶର ବରମାଲ ଜିଲ୍ଲାରେ ଚାରିଟି ପଏଣ୍ଟ ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଏବଂ ମହିଳା”

ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ବର୍ବର ଓ ସ୍ପଷ୍ଟ ଆକ୍ରୋଶ। ବିନା ଉତ୍ତର ଦେଇ ଛଡ଼ାଯିବନି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। 

ଏହା ପୂର୍ବରୁ ମାର୍ଚ୍ଚ ମାସରେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ମଧ୍ୟ ତାଲିବାନ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା। ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହେଉଛି ବୋଲି କାକିସ୍ତାନ ଅଭିଯୋଗ କରୁଛି। ଅନ୍ୟପଟେ ତାଲିବାନ ଏହାକୁ ଅସ୍ୱୀକାର କରୁଛି।

ନିକଟରେ ପାକିସ୍ତାନୀ ତାଲିବାନ(ଟିଟିପି) ଆତଙ୍କବାଦୀ ଆକ୍ରମଣରେ ୧୬ ପାକିସ୍ତାନ ସେନା ଯବାନଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ପାକିସ୍ତାନ ଜବାବୀ ଆକ୍ରମଣ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.