ନୂଆଦିଲ୍ଲୀ: ବୁଧବାର ବିଶ୍ୱବାସୀ ଖ୍ରୀଷ୍ଟମାସ ପାଳନରେ ବ୍ୟସ୍ତ ଥିବା ବେଳେ ରୁଷ୍ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଥିଲା । ଗୋଟିଏ ଦିନରେ ୭୮ଟି ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ୍ ମାଡ଼ କରିଛି । ଏଥିରେ ୨୧ ଜଣ ଆହତ ହୋଇଥିବା ବେଳେ ଜଣକ ମୃତ୍ୟୁ ହୋଇଛି । ୟୁକ୍ରେନୀୟ ଗଣମାଧ୍ୟମ ମୁତାବକ, ବଡ଼ଦିନରେ ଖାର୍କିଭ୍ ସହର ଉପରେ ସବୁଠୁ ବଡ଼ ଆକ୍ରମଣ ହୋଇଛି । ଏହାବ୍ୟତୀତ ନିପ୍ରୋ, କ୍ରେମେନଚୁକ, କ୍ରିଭି ରିହ ଓ ଇଭାନୋ-ଫ୍ରାଙ୍କିଭସ୍କ ଉପରେ ବି ହମ୍ଲା ହୋଇଥିଲା । ୟୁକ୍ରେନର ଶକ୍ତି ଭିତ୍ତିଭୂମି ସମେତ ଆବାସିକ ଅଞ୍ଚଳ ଉପରେ ଟାର୍ଗେଟ୍ କରାଯାଇଥିଲା ।
Every massive Russian strike requires time for preparation. It is never a spontaneous decision. It is a deliberate choice – not only of targets but also of timing and date.
— Volodymyr Zelenskyy / Володимир Зеленський (@ZelenskyyUa) December 25, 2024
Today, Putin deliberately chose Christmas for an attack. What could be more inhumane? Over 70 missiles,… pic.twitter.com/GMD8rTomoX
ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ, ୟୁକ୍ରେନ୍ ଉପରେ ରୁଷ୍ ବାଲିଷ୍ଟିକ୍ ମିସାଇଲ ବି ପ୍ରୋୟଗ କରିଛି । ବ୍ଲାକ୍ ସି’ରୁ ଏହି ମିସାଇଲ ଛଡ଼ାଯାଇଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହାକୁ ଅମାନବୀୟ କହିଛନ୍ତି । ସେ କହିଛନ୍ତି, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଣିଷ ନୁହନ୍ତି । ସେ ଜାଣିଶୁଣି ଆକ୍ରମଣ ଲାଗି ଖ୍ରୀଷ୍ଟମାସ୍ ଦିନକୁ ହିଁ ବାଛିଛନ୍ତି । ଜେଲେନସ୍କି ରହୁଥିବା କିଭି ସହରରେ ମଧ୍ୟ ଆକ୍ରମଣ ହୋଇଛି । ଏକ ଆପାର୍ଟମେଣ୍ଟ ଉପରେ ବାଲିଷ୍ଟିକ୍ ମିସାଇଲ ମାଡ଼ ହୋଇଛି । ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଖବର ରହିଛି । ପ୍ରାୟ ତିନି ବର୍ଷ ହେଲା ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କେବେ ଋଷ୍ ସେନା ୟୁକ୍ରେନ ଉପରେ ଭାରି ପଡ଼ୁଛନ୍ତି ତ କେବେବେଳେ ୟୁକ୍ରେନ ସେନା ମସ୍କୋକୁ ଟାର୍ଗେଟ୍ କରି ବୋମା ବର୍ଷା କରୁଛନ୍ତି ।...