ନୂଆଦିଲ୍ଲୀ: ତିନି ବର୍ଷ ହେଲା ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ରଣଭୂମିରୁ ଉତ୍ତର କୋରିଆ ପାଇଁ ଆସିଛି ବିଚଳିତ କଲା ଭଳି ରିପୋର୍ଟ । ଏହି ଭୟଙ୍କର ଯୁଦ୍ଧରେ ପ୍ରାଣ ହରାଇଛନ୍ତି ହଜାର ହଜାର କୋରିଆନ୍ ସୈନିକ । ପ୍ରାୟ ତିନି ହଜାର ଯବାନ ମୃତ୍ୟୁ ବରଣ କରିଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ଦାବି କରିଛି ।
ସୂଚନା ଅନୁଯାୟୀ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । କେତେବେଳେ ଋଷ୍ ସେନା ୟୁକ୍ରେନ ଉପରେ ଭାରି ପଡ଼ୁଛି ତ ପୁଣି କେତେବେଳେ ୟୁକ୍ରେନ ସେନା ନିଜର ଦବଦବା ଜାହିର କରୁଛି । ଉଭୟ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପଟେ ଋଷ୍ ପାଇଁ ସୈନ୍ୟ ସହାୟତା ପଠାଇଥିବା ଉତ୍ତର କୋରିଆ ପାଇଁ ଦୁଃଖ ଖବର ଆସିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ଦାବି କରିଛନ୍ତି, ରଣଭୂମିରେ ଉତ୍ତର କୋରିଆର ପ୍ରାୟ ୩ ହଜାର ଯବାନ ପ୍ରାଣ ହରାଇଛନ୍ତି କିମ୍ବା ଗୁରୁତର ଭାବେ ଆହତ ହୋଇଛନ୍ତି । ତେଣୁ ଉତ୍ତର କୋରିଆ ଯୁଦ୍ଧରେ ମସ୍କୋର ଋଷର ସହଯୋଗ ପାଇଁ ଖୁବ୍ଶୀଘ୍ର ସୈନ୍ୟ କିମ୍ବା ଅସ୍ତ୍ରଶସ୍ତ୍ର ସହୟତା ପଠାଇପାରେ । ଜେଲେନସ୍କିଙ୍କ ଦାବି ଉପରେ ଦକ୍ଷିଣ କୋରିଆ ମଧ୍ୟ ସଙ୍କେତ ଦେଇଛି । ପଡୋଶୀ ଦେଶରୁ ସ୍ପଷ୍ଟ ସୂଚନା ରହିଛି କି ଉତ୍ତର କୋରିଆ ସୁଇସାଇଡ୍ ଡ୍ରୋନ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସୈନିକ ଋଷକୁ ପଠାଇବାକୁ ପ୍ରସ୍ତୁତ ହେଉଛି । ପୂର୍ବରୁ ଯୁଦ୍ଧ ପାଇଁ ବନ୍ଧୁ ଦେଶକୁ ୧୦ ହଜାର ଯବାନ ପଠାଇଥିଲା ଉତ୍ତର କୋରିଆ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନୋଟା ଚୁକ୍ତିରେ ଥିବା ଦେଶ ।