ଭୁବନେଶ୍ୱର ୨୪/୧୨: ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଦିନ ଥିଲା ରସୁଣ ୪୦ ଟଙ୍କା । ଆଜି ତାହା ପହଞ୍ଚିଛି ୪୦୦ କିଲୋରେ । ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ବିଗାଡିଛି ବୋଲି ରାହୁଲ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।
ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ପନିପରିବା ବଜାରରେ ବୁଲିଛନ୍ତି । ଆଉ ପରିବା ବିକ୍ରେତାଙ୍କ ଠାରୁ ବିଭିନ୍ନ ପନିପରିବା ଦର ପଚାରୁଛନ୍ତି । ରାହୁଲ ମଧ୍ୟ ମହିଳାମାନେ ମଧ୍ୟ ଅଛନ୍ତି । ଏହି ସମୟରେ ଜଣେ ମହିଳା କହୁଛନ୍ତି ଯେ ସୁନା ଶସ୍ତା ହେବ କିନ୍ତୁ ରସୁଣ ନୁହେଁ ।
“लहसुन कभी ₹40 था, आज ₹400!”
— Rahul Gandhi (@RahulGandhi) December 24, 2024
बढ़ती महंगाई ने बिगाड़ा आम आदमी की रसोई का बजट - कुंभकरण की नींद सो रही सरकार! pic.twitter.com/U9RX7HEc8A
ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ଦିନେ କିଲୋଗ୍ରାମ ପିଛା ୩୦-୪୦ ଟଙ୍କାରେ ଉପଲବ୍ଧ ଶାଲଗମ୍ ବର୍ତ୍ତମାନ କିଲୋଗ୍ରାମ ପିଛା ୬୦ ଟଙ୍କାରେ ଉପଲବ୍ଧ । ମଟର କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ଉପଲବ୍ଧ । ରାହୁଲ ଗାନ୍ଧୀ ମହିଳାମାନଙ୍କୁ କହିଥିଲେ ଯେ ପ୍ରତିବର୍ଷ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ।
ଏହା ଆପଣଙ୍କ ଉପରେ ଚାପ ପକାଉଛି କି? ଜିଏସ୍ଟି ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି କି ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଏହା ଉପରେ ମହିଳାମାନେ କହିଛନ୍ତି ଯେ ହଁ ଏହି କ୍ଷୀପ୍ର ଗତିରେ ବଢି ଚାଲିଛି । ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାହୁଲ ଆକ୍ଟିଭ୍ ମୁଡରେ ଅଛନ୍ତି । ସେ ଆମ୍ବେଦକର ପ୍ରସଙ୍ଗରେ ସରକାରଙ୍କୁ ଚାରିଆଡୁ ଟାର୍ଗେଟ କରୁଛନ୍ତି ।