ନୂଆଦିଲ୍ଲୀ ୦୯।୦୭: ଟିମ୍ ଇଣ୍ଡିଆର ଯୁବ ବ୍ୟାଟର୍ ଶୁଭମନ ଗିଲ୍ । କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ ବରଂ ତାଙ୍କ ଲଗଜୁରୀ ଲାଇଫଷ୍ଟାଇଲ୍ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ । ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୪୩୦ ରନ କରି ରଚିଛନ୍ତି ଇତିହାସ । କିନ୍ତୁ ଜାଣନ୍ତି କି ଏହି ରେକର୍ଡ ବ୍ରେକର ଲଗଜୁରୀ କାର୍ର ସୌକିନ୍ ଅଟନ୍ତି । ତାଙ୍କ ପାଖରେ ଅନେକ ଲଗଜୁରୀ କାର୍ କଲେକ୍ସନ୍ ରହିଛି । ଆସନ୍ତୁ ଜାଣିବା ଗିଲ୍ଙ୍କ ଗ୍ୟାରେଜ୍ରେ ଥିବା କାର୍ ବିଷୟରେ...
ଶୁଭମନ ଗିଲ୍ ରେଞ୍ଜ ରୋଭର ଭେଲାରର ମାଲିକ । ଏହା ଏକ ଲଗଜୁରୀ ମଧ୍ୟମ ଆକାରର SUV । ଏହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ । ଏଥିରେ ୨.୦ ଲିଟର ପେଟ୍ରୋଲ କିମ୍ବା ଡିଜେଲ ଇଞ୍ଜିନର ବିକଳ୍ପ ମିଳିଥାଏ । ଏହି SUVରେ ପାନୋରମିକ୍ ସନରୁଫ୍, ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍, ଟଚ୍ ପ୍ରୋ ଡୁଓ ଇନଫୋଟେନମେଣ୍ଟ ଏବଂ ADAS ଭଳି ପ୍ରିମିୟମ୍ ବୈଶିଷ୍ଟ୍ୟ ରହିଛି। ଗିଲଙ୍କ ପାଖରେ ରହିଛି Mercedes-Benz E350 । ଏହାର ମୂଲ୍ୟ ୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିପାରେ।
ଏହା ଏକ ପ୍ରିମିୟମ୍ ଲଗଜୁରୀ ସେଡାନ୍ । ଯାହା ୨.୦ ଲିଟର ଟର୍ବୋ ପେଟ୍ରୋଲ୍ କିମ୍ବା ଡିଜେଲ୍ ଇଞ୍ଜିନ୍ ବିକଳ୍ପ ସହିତ ଆସିଥାଏ । ଏହାର ବିଶେଷତ୍ବରେ ମଲ୍ଟି-କଣ୍ଟୁର ମସାଜ୍ ସିଟ୍, 12.3-ଇଞ୍ଚ ଡିଜିଟାଲ୍ ଡ୍ରାଇଭର୍ ଡିସପ୍ଲେ , ବର୍ମେଷ୍ଟର୍ ସାଉଣ୍ଡ ସିଷ୍ଟମ୍, ଓୟାରଲେସ୍ ଚାର୍ଜିଂ ଏବଂ ଆମ୍ବିଏଣ୍ଟ୍ ଲାଇଟିଂ ସାମିଲ ରହିଛି । ଏହି କାରଟି ତାଙ୍କ ପ୍ରଫେସନାଲ୍ ଏବଂ ଷ୍ଟାଇଲ୍ରେ ଫିଟ୍ ହୋଇଥାଏ ।
ଗିଲ୍ଙ୍କ ପାଖରେ ମହେନ୍ଦ୍ରା ଥାର୍ କାର୍ ରହିଛି । ଯାହା ତାଙ୍କୁ Mahindra ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଉପହାର ଦେଇଥିଲେ । ଏହାର ମୂଲ୍ୟ ୧୫-୧୮ ଲକ୍ଷ ଟଙ୍କା ମଧ୍ୟରେ ହେବ । ଏହା ୨.୦ ଲିଟର ପେଟ୍ରୋଲ୍ ଏବଂ ୨.୨ ଲିଟର ଡିଜେଲ୍ ଇଞ୍ଜିନ୍ ବିକଳ୍ପ ସହିତ ଏକ ଅଫ୍-ରୋଡ୍ SUV । ଏଥିରେ 4x4 ଡ୍ରାଇଭ୍, ହାର୍ଡ/ସଫ୍ଟ ଟପ୍, ଟଚସ୍କ୍ରିନ୍ ଇନଫୋଟେମେଣ୍ଟ ଏବଂ IP54 ଓ୍ବାଟର-ରେସିଡେଣ୍ଟ ସ୍ବିଚଗିଅର ପରି ଫିଚର ରହିଛି ।