ପହଲଗାମ ଆକ୍ରମଣରେ ୩ ଆତଙ୍କୀଙ୍କ ସ୍କେଚ୍ ଜାରି, ଜବାବ୍ ଦେବାକୁ ବାଟ ଖୋଜୁଛି ଭାରତ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ  ୨୩/୦୪: ଅଶୁଭ ମଙ୍ଗଳବାର । ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ବଡ଼ ଆତଙ୍କୀ ହମଲା । ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ବିଶ୍ୱ ସ୍ତରରେ ତୀବ୍ର ନିନ୍ଦା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସାଉଦି ଆରବ ଗସ୍ତ ମଝିରେ ଛାଡି ଦିଲ୍ଲୀ ଫେରିଗଲେ ଏବଂ ବିମାନବନ୍ଦରରେ ହିଁ ବୈଦେଶିକ ମନ୍ତ୍ରୀ, ଏନଏସଏ ଏବଂ ବୈଦେଶିକ ସଚିବଙ୍କ ସହ ଏକ ବୈଠକ କରିଛନ୍ତି । 

ସେପଟେ  ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ପରେ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛନ୍ତି । ସେମାନେ ହେଲେ ଅସିଫ୍ ଫୌଜୀ, ଅବୁ ତଲ୍ଲା, ସୁଲେମାନ ସା । ଏମାନଙ୍କୁ ଧରିବାକୁ ଜୋରଦାର କସରତ ଜାରି ରହିଛି । ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡିଛି । 

ସେପଟେ ଜମ୍ମୁ ଓ କାଶ୍ମୀର ସରକାର ପହଲଗାମ ଆକ୍ରମଣରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.