ନୂଆଦିଲ୍ଲୀ ୯/୧୨: ବିଜେପିର ସଂଗୀନ ଅଭିଯୋଗ । ସୋରୋସଙ୍କ ସହ ରହିଛି ସୋନିଆଙ୍କ ସଂପର୍କ । ଭାରତ ବିରୋଧରେ ସବୁବେଳେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଜର୍ଜ ସୋରୋସଙ୍କ ପାଣ୍ଠିରେ ଚାଲିଥିବା NGO ଏଫ୍ଡିଏଲ୍-ଏପି ଫାଉଣ୍ଡେସନର ସହ ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି । ଏହି ସଂସ୍ଥା ସବୁବେଳେ ଭାରତ ବିରୋଧୀ ଅଭିମୁଖ୍ୟ ଦ୍ବାରା ପରିଚାଳିତ ଥିବା ନେଇ ସଂଗୀନ ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଜୋର ଧରିଛି ରାଜନୀତି ।କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ କଡା ଟାର୍ଗେଟ କରି କହିଛନ୍ତି ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଯାହାକୁ ମୁଁ ରାଜନୀତିରୁ ଦୁରେଇ ରଖି ଉଠାଇବାକୁ ଚାହୁଁଛି । ସୋନିଆ ଗାନ୍ଧି ଓ ଜର୍ଜ ସୋରୋସଙ୍କ ମଧ୍ୟରେ ଥିବା ସଂପର୍କର ଯେଉଁ କଥା ସାମ୍ନାକୁ ଆସିଛି ତାହା ବେଶ ଗୁରୁତର । ଗୋଟିଏ ପଟେ ସୋରସ୍ଙ୍କ ସହାୟତାରେ ଚାଲିଥିବା ସଂଗଠନର କାର୍ଯ୍ୟକର୍ତ୍ତା ସୋନିଆ ଅଛନ୍ତି । ଅନ୍ୟ ପଟେ ତାଙ୍କ ପୁଅ ରାହୁଲ ଗାନ୍ଧି ସୋରସଙ୍କ ଭାରତ ବିରୋଧୀ ଚିନ୍ତାଧାରା ସହ ତାଳ ମିଶାଇ କାମ କରୁଛନ୍ତି । ଏହା ଏଭଳି ଏକ ସଂଗଠନ ଯାହା ସ୍ବତନ୍ତ୍ର କାଶ୍ମୀରକୁ ସମର୍ଥନ କରେ । କେବଳ ଏତିକି ନୁହେଁ ଏହି ସଂଗଠନକୁ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରସଙ୍କ ଫାଉଣ୍ଡେସନରୁ ଟଙ୍କା ମିଳେ ବୋଲି ବିଜେପି ଅଭିଯୋଗ କରିଛି ।
କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚ...