ମଣିପୁର ହିଂସା: ଭିଡିଓ ଜାରି କରି ଶାନ୍ତି ନିବେଦନ କଲେ ସୋନିଆ ଗାନ୍ଧି

Published By : Prameya-News7 Bureau | June 21, 2023 IST

ନୂଆଦିଲ୍ଲୀ ୨୧।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତା ସୋନିଆ ଗାନ୍ଧି ବୁଧବାର ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ସେ ମଣିପୁରର ଲୋକଙ୍କୁ ଶାନ୍ତି ନିମନ୍ତେ ନିବେଦନ କରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ଯେ ମଣିପୁରରେ ଲୋକଙ୍କ ଜୀବନ ନଷ୍ଟ କରିବା ଭଳି ଅଭୂତପୂର୍ବ ହିଂସା ଆମ ଦେଶର ଅନ୍ତରାତ୍ମା ଉପରେ ଗଭୀର ଛାପ ପକାଇଛି। ଲୋକେ ଘରଛାଡି ପଳାୟନ କରୁଥିବାରୁ ମୁଁ ଅତ୍ୟନ୍ତ ବ୍ୟଥିତ ବୋଲି ସୋନିଆ କହିଛନ୍ତି।

ଗାୟକ ହନି ସିଂହଙ୍କୁ ଭଏସ ମେସେଜ୍‌ରେ ହତ୍ୟା ଧମକ; ଦିଲ୍ଲୀ ପୋଲିସରେ ଅଭିଯୋଗ

ସୋନିଆ ଗାନ୍ଧି କହିଛନ୍ତି ଯେ ଗତ ୫୦ ଦିନ ହେଲା ଆମେ ମଣିପୁରରେ ଏକ ମାନବୀୟ ସଂକଟ ଦେଖୁଛେ। ଏହି ହିଂସା ରାଜ୍ୟର ହଜାର ହଜାର ଲୋକଙ୍କ ଜୀବନକୁ ନଷ୍ଟଭ୍ରଷ୍ଟ କରିଦେଇଛି। ଫଳରେ ଅନେକ ଲୋକଙ୍କ ଘର ଉଜୁଡି ଯାଇଛି। ଏଥିଲାଗି ସୋନିଆ ସମସ୍ତଙ୍କ ନିମନ୍ତେ ସମ୍ବେଦନା ଜ୍ଞାପନ କରିଛନ୍ତି। ସୋନିଆ କହିଛନ୍ତି ଯେ ଭାଇଚାରାର ଭାବନା ପୋଷଣ କରିବା ପାଇଁ ପରସ୍ପର ପ୍ରତି ଭରସା ଓ ସଦଭାବନା ରହିବା ଦରକାର । ହେଲେ ଘୃଣା ଓ ବିଭାଜନର ନିଆଁକୁ ଆଞ୍ଚ ଦେବାକୁ ମାତ୍ର ଗୋଟିଏ ଭୁଲ ପଦକ୍ଷେପ ହିଁ ଯଥେଷ୍ଟ।

wp:html /wp:html

ଜଣେ ମା ଭାବେ ମୁଁ ମଣିପୁରବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଥିବା ସୋନିଆ କହିଛନ୍ତି। ଏଣୁ ସୋନିଆ ବିଶେଷ କରି ସାହାସୀ ଭଉଣୀମାନଙ୍କୁ ଖୁବ ସୁନ୍ଦର ରାଜ୍ୟରେ ଶାନ୍ତି ଓ ସଦଭାବନା ଆଣିବାକୁ ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଏଣୁ ଆଶା କରୁଛି ଆପଣମାନେ ଉଚିତ ମାର୍ଗ ଅବଲମ୍ବନ କରିବେ ବୋଲି ସୋନିଆ କହିଛନ୍ତି। ସେ କହିଛନ୍ତି ଯେ ମଣିପୁରର ଲୋକଙ୍କ ଉପରେ ମୋର ଅପାର ଆଶା ଓ ବିଶ୍ୱାସ ରହିଛି ଏବଂ ମୁଁ ଭାବୁଛି ଆମେ ସମସ୍ତେ ମିସି ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିବା।

ମୋଦି ଓ ଜୋ ବାଇଡେନଙ୍କ ସାକ୍ଷାତରେ ଉଠିବ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ, ପ୍ରସ୍ତାବରେ ବାଜିଲା ହ୍ୱାଇଟ ହାଉସ୍‌ର ମୋହର

ଉଲ୍ଲେଖଯୋଗ୍ୟ ଯେ ମେ ୩ ତାରିଖ ଦିନ ଅଲ ଟ୍ରାଇବଲ ଷ୍ଟୁଡେଣ୍ଟସ୍ ୟୁନିୟନ ମଣିପୁର(ଏଟିଏସୟୁଏମ) ଆଦିବାସୀ ଏକତା ରାଲି ଆୟୋଜନ କରିଥିଲା। ଏହି ରାଲି ଚୋରାଚାନ୍ଦପୁରର ତୋରବଙ୍ଗ ଅଞ୍ଚଳରେ ବାହାର କରାଯାଇଥିଲା। ଏହି ରାଲି କାଳରେ ଆଦିବାସୀ ଓ ଅଣଆଦବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ରାଲି ମେତେଇ ସମୂଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ବିରୋଧରେ ଆୟୋଜନ କରାଯାଇଥିଲା। ସେବେଠୁ ଉପୁଜିଥିବା ହିଂସା ଏବେବି ରାଜ୍ୟରେ ଥମି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.