ଢେଙ୍କାନାଳ ୨୬।୪: ଦିନକୁ ଦିନ ବଢି ଚାଲିଛି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । କହିବାକୁ ଗଲେ ଢେଙ୍କାନାଳରେ ନିଆଁ ବର୍ଷୁଛି । ଫଳରେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାରେ ପଡି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏପରିସ୍ଥଳେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଆଗାମୀ ୩୦ ତାରିଖରୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ପରୀକ୍ଷା ନେଇ ବିରୋଧ କରିଛନ୍ତି କଲେଜ ଛାତ୍ରୀ । ପରୀକ୍ଷାକୁ ବାତିଲ କରିବା ଦାବିରେ ଆଜି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛାତ୍ରୀମାନେ ପ୍ରତିବାଦ କରିବାକୁ ଯାଇ ହାତରେ ପ୍ଲା କାର୍ଡ ଧରି କଲେଜ ଠାରୁ ଏକ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏ ସମ୍ପର୍କରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ପରୀକ୍ଷା ସାମୟିକ ଭାବେ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି ଛାତ୍ରୀ ।
You Can Read :