ଆସ୍କା ୧୬।୭: ସ୍କୁଲ ଭିତରେ ଗଣିତ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ I ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ହାଇସ୍କୁଲର ଗଣିତ ଶିକ୍ଷୟିତ୍ରୀ ଅକଲିମ୍ ବେଗମ ସ୍କୁଲରେ ଠିକ୍ ଭାବେ କ୍ଲାସ କରୁନଥିବା ଅଭିଯୋଗ ଆଣି ସ୍କୁଲ ଭିତରେ ତାଲା ପକାଇ ସ୍କୁଲ ବାରଣ୍ଡାରେ ପ୍ରତିବାଦରେ ବସିଛନ୍ତି ଛାତ୍ରଛାତ୍ରୀ l ୩ ମାସ ହେଲା ପିଲାଙ୍କ ସ୍କୁଲରେ ଗଣିତ ପଢା ହେଉ ନଥିବାରୁ ପିଲାମାନେ ଏଭଳି ନିଷ୍ପତି ନେଇଛନ୍ତି l ଆଗକୁ ଦଶମ ପରୀକ୍ଷା ଥିବା ବେଳେ ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ ।
You Can Read: