ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ଶୋଭାଯାତ୍ରା, ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪।୯: ଛାତ୍ର ସାଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଉଛି । ଘେରାଉ ସମୟରେ ପୋଲିସର ସୁରକ୍ଷା ବଳୟ ଭାଙ୍ଗି କଂଗ୍ରେସ କର୍ମୀ ବିଧାନସଭା ଆଡକୁ ଯିବାକୁ ଆଗ୍ରସର ହେଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । କିଛି ସମୟ ଧରି ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀଙ୍କ ସଂଖ୍ୟା କମ୍‌ ଥିବାରୁ ସୁରକ୍ଷା ବଳୟ ଭାଙ୍ଗିବାରେ ବିଫଳ ହୋଇଥିଲେ ଛାତ୍ର ନେତା ଏବଂ ନେତ୍ରୀ । ସରକାର ଜାଣିଶୁଣି ଛାତ୍ର ସାଂସଦ ନିର୍ବାଚନ କରିବାକୁ ଚାହୁଁନାହାନ୍ତି । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଉନ୍ନତିରେ ଛାତ୍ରନେତାଙ୍କ ଅବଦାନ ଅନେକ କିନ୍ତୁ ସରକାର ଶିକ୍ଷା ଅନୁଷ୍ଠାନର ଉନ୍ନତି ଚାହୁଁନାହାନ୍ତି । ଛାତ୍ର ସାଂସଦ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ନାହାନ୍ତି ବୋଲି କହୁଛନ୍ତି କିନ୍ତୁ ପ୍ରକୃତ କଥା ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ପ୍ରସ୍ତୁତ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ଯଦି ସରକାର ଛାତ୍ର ସାଂସଦ ନିର୍ବାଚନ ନକରନ୍ତି ଆଗକୁ ଆନ୍ଦୋଳନ ଅଧିକ ବ୍ୟାପକ କରାଯିବା ବୋଲି କଂଗ୍ରେସ ଚେତାବନୀ ଦେଇଛି ।

You Can Read:

କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ, ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନଥିବା କହିଲେ ବିଜେପି ବିଧାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.

News Hub