କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିଲେ ବିଜେଡି ବିଧାୟକ, ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନଥିବା କହିଲେ ବିଜେପି ବିଧାୟକ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪।୯: ଶୂନ୍ୟକାଳରେ କଳିଙ୍ଗ ପୁରସ୍କାରକୁ ନେଇ ବିଜେଡି ଓ ବିଜେପି ବିଧାୟକଙ୍କ ମଧ୍ୟରେ କଥା କଟାକଟି । ୧୯୫୨ ମସିହାରେ କଳିଙ୍ଗ ପୁରସ୍କାର ଆରମ୍ଭ ହୋଇଥିଲା । ୟୁନେସ୍କୋ ଏହାକୁ ପ୍ରଦାନ କରୁଥିଲା । ବିଜୁ ବାବୁ ଏହାକୁ କଳିଙ୍ଗ ଫାଉଣ୍ଡେସନ ଗଠନ କରି ପୁରସ୍କାର ଆରମ୍ଭ କରିଥିଲେ । ଏଥିରେ ୭ ଜଣ ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷ ବି କଳିଙ୍ଗ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏଭଳି ଏକ ସମ୍ମାନଜନକ ପୁରସ୍କାରକୁ କେନ୍ଦ୍ର ସରକାର ଅର୍ଥ ସହାୟତା ପ୍ରଦାନ ନକରିବାରୁ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର ଏବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଦେଉଛନ୍ତି । କାହିଁକି ଜାତୀୟ ପୁରସ୍କାର ପାଇଁ ଏକ ଆନ୍ତର୍ଜାତୀୟ ପୁରସ୍କାରକୁ ବନ୍ଦ କଲେ କେନ୍ଦ୍ର ସରକାର ବୋଲି ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ଗୌତମ ବୁଦ୍ଧ ଦାସ । ଏହା କେବଳ ଓଡ଼ିଶା ପାଇଁ ନୁହେଁ ପୁରା ଭାରତର ସମ୍ମାନର କଥା । ଏହି ପୁରସ୍କାର ଚାଲୁ ରଖିବା ପାଇଁ ଉଦ୍ୟମ କରାଯାଉ । ପୁରସ୍କାର କେମିତି କାର୍ଯ୍ୟକାରୀ ପୁନଃ ହୋଇପାରିବ ଦିଗରେ ଗୃହ ସର୍ବସମ୍ମତି ପ୍ରସ୍ତାବ ପାରିତ କରାଯାଉ । ଯଦି କେନ୍ଦ୍ର ସରକାର କରୁ ନାହାନ୍ତି ରାଜ୍ୟ ସରକାର ୪୦ ହଜାର ଡଲାର ଦେଇ ଏହାକୁ କାର୍ଯ୍ୟକାରୀ କରନ୍ତୁ । ଏନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁନଃ କଳିଙ୍ଗ ପୁରସ୍କାର ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ ସୁଦ୍ଧା ଆଜି ଯାଏଁ କୌଣସି ଉତ୍ତର ଆସିନାହିଁ । ଆମେ ଓଡ଼ିଆ ଅସ୍ମିତା କଥା କହୁଛେ । ସମସ୍ତେ ବି ଓଡ଼ିଆ ଅସ୍ମିତାକୁ ଜୀବିତ ରଖିବା ପାଇଁ ଉଦ୍ୟମ କରୁଛେ ତେଣୁ ସରକାର ଏ ଦିଗରେ କର୍ଣ୍ଣପାତ କରନ୍ତୁ ।

ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କାଉଣ୍ଟର କରି କହିଥିଲେ, ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ । ୨୦୧୭ରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇନାହିଁ । ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦୁଇ ବର୍ଷ ହେଲାଣି ଦିଆ ଯାଇନାହିଁ । ଫିଲ୍ମ ଆୱାର୍ଡ଼, ଫକୀର ମୋହନ ଆୱାର୍ଡ଼, ମନୋଜ ଦାସ ଆୱାର୍ଡ ବି ବନ୍ଦ ଅଛି । ଏହା କ’ଣ ଓଡ଼ିଆ ଅସ୍ମିତା ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

You Can Read:

ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଧାୟକ ବାବୁ ସିଂ, ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

 

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.