ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଧାୟକ ବାବୁ ସିଂ, ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪।୯: ବିଧାନସଭା ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀ ଚାରିଆଡେ ମାଡି ଗଲେଣି । ଏମାନେ ପ୍ରଥମେ ଭଙ୍ଗା ଟିଣ ଦୋକାନ କରୁଛନ୍ତି । ତାପରେ ରାତିରେ ଚୋରିରେ ମାତୁଛନ୍ତି । ବ୍ରିଟିଶ ମାନେ ଯେମିତି ପ୍ରଥମେ ବାଣିଜ୍ୟ ପାଇଁ ଆସିଲେ ତାପରେ ଶାସନ କଲେ । ସେମିତି ଏଇ ଅବସ୍ଥା ହେବ ବୋଲି କହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ । 

ସେପଟେ ଏ ବିଷୟରେ ବାଚସ୍ପତି ରୁଲିଂ ଦେବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି ।

You Can Read:

ମାନସିକ ଚାପରେ ଥିଲେ ଛାତ୍ରୀ, ବାପା କହିଲେ- କାହିଁକି ଆତ୍ମହତ୍ୟା କଲା ତାହା ଜଣାନାହିଁ

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.