ନୂଆଦିଲ୍ଲୀ ୨୧/୦୧: ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପ ୨.୦ । ଡୋନାଲ୍ଡ ଟ୍ରମ୍ପ ହୋଇଛନ୍ତି ୪୭ ତମ ରାଷ୍ଟ୍ରପତି । ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ସାରା ବିଶ୍ୱର ନାମୀଦାମୀ ଶିଳ୍ପପତି । ଅନେକ ଅତିଥୀ ବି ଏହି ଉତ୍ସବରେ ଯୋଗଦେଇଥିଲେ । ଯେଉଁଥିରେ ଥିଲେ ଭାରତୀୟ ଶିଳ୍ପପତି ରିଲାୟନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ୱାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ୱାନୀ ବି ସାମିଲ ହୋଇଥିଲେ ।
ଏହାରି ଭିତରେ ଶପଥ ସମାରୋହରେ ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ଟିମ୍ କୁକ୍ ଯାଏଁ ଦିଗ୍ଗଜମାନେ ଗୋଟିଏ ଫ୍ରେମରେ ସାମିଲ ହୋଇଥିଲେ । ଯେଉଁଥିରେ ଥିଲେ ଅରବପତି ମାର୍କ ଜୁକରବର୍ଗ, ଜେଫ୍ ବେଜୋସ୍, ସୁନ୍ଦର ପିଚାଇଙ୍କ ସମେତ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ବି ନଜର ଆସିଥିଲେ । ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସ୍ରେ ଥାଇ ତାଙ୍କ ସୋସିଆଲ ମିଡିଆ Xରେ ପୋଷ୍ଟ କରିଥିଲେ । ଆକାଉଣ୍ଟରେ ଲେଖିଥିଲେ 'THE RETURN OF KING' ।
🚨BREAKING: Trump and Melania's Inaugural Ball First Dance pic.twitter.com/bd8RzPEAGp
— Autism Capital 🧩 (@AutismCapital) January 21, 2025
ସେହିଭଳି ଗୁଗୁଲ ସିଇଓ ସୁନ୍ଦର ପିଚାଇ ସମାରୋହରେ ସାମିଲ ହୋଇ ଟ୍ରମ୍ପଙ୍କୁ ଦେଇଥିଲେ ଶୁଭେଚ୍ଛା ବାର୍ତ୍ତା । ଆପଲ ସିଇଓ ଟିମ୍ କୁକ୍ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଦେଇ କହିଥିଲେ ଟ୍ରମ୍ପଙ୍କ ନୂଆ ପ୍ରଶାସନ ଇନୋଭେସନକୁ ନୂଆ ଗତି ମିଳିବ । ଚାକିରୀ କ୍ଷେତ୍ରରେ ସମ୍ଭାବନା ବଢିବ । ଜୁକରବର୍ଗଙ୍କ ସହ ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ସାମିଲ ହୋଇଥିଲେ । ଜେଫ୍ ବେଜୋସ୍ ଏହି କାର୍ଯ୍ୟକ୍ରମରେ ନିଜ ଭାବି ପତ୍ନୀ ଲରେନ୍ ସାଞ୍ଚେଜ୍ଙ୍କ ସହ ସାମିଲ ହୋଇଥିଲେ ।