ମୁମ୍ଵାଇ ୨୧।୦୧; ଆୟକର ଅଧିକାରୀମାନେ ମଙ୍ଗଳବାର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ନିର୍ମାତାଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଏହି ତାଲିକାରେ ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାତା ଦିଲ ରାଜୁ ଏବଂ ପୁଷ୍ପା ୨ ର ନିର୍ମାତାଙ୍କ ନାମ ମଧ୍ୟ ରହିଛି। ନିକଟରେ ସଂକ୍ରାନ୍ତିରେ ଦିଲ୍ ରାଜୁଙ୍କ ପ୍ରଡକ୍ସନ୍ ଅଧୀନରେ ଗେମ୍ ଚେଞ୍ଜର ଏବଂ ସଂକ୍ରାନ୍ତିକି ଭାଷ୍ଟୁନ୍ନାମ୍ ନାମକ ଦୁଇଟି ବଡ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ସେ ବର୍ତ୍ତମାନ ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଛନ୍ତି।
ନିକଟରେ ସଂକ୍ରାନ୍ତିରେ ଦିଲ୍ ରାଜୁଙ୍କ ଦୁଇଟି ବଡ଼ ସିନେମା ରିଲିଜ ହୋଇଥିଲା । 'ଗେମ୍ ଚେଞ୍ଜର' ଏବଂ 'ସଂକ୍ରାନ୍ତିକି ଭାସ୍ତୁନ୍ମ' । ସେ ବର୍ତ୍ତମାନ ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟରତ । ରାମ ଚରଣଙ୍କ 'ଗେମ ଚେଞ୍ଜର'ର ବଜେଟ୍ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି । କିନ୍ତୁ ଫିଲ୍ମଟି ଭଲ ପ୍ରଦର୍ଶନ କରିପାରି ନଥିଲା । ଅନ୍ୟପକ୍ଷରେ, 'ସଂକ୍ରାନ୍ତିକି ବାସ୍ତୁନମ୍' ଏପର୍ଯ୍ୟନ୍ତ ସାରା ବିଶ୍ୱରୁ ୧୬୧ କୋଟି ଟଙ୍କା ରୋଜଗାର କରିସାରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେସନରେ ୫୫ଟି ଟିମର ସଦସ୍ୟମାନେ ୮ଟି ସ୍ଥାନରେ ଚଢାଉ କରୁଛନ୍ତି । ଦିଲ୍ ରାଜୁ ଏବଂ ମୈଥ୍ରୀ ମୁଭି ମେକର୍ସର ମୁଖ୍ୟ ନବୀନ ୟେର୍ନେନି ଏବଂ ୟାଲାମାଞ୍ଚିଲି ରବି ଶଙ୍କରଙ୍କ ସହ ଜଡିତ ୮ ରୁ ଅଧିକ ସ୍ଥାନ ଯାଞ୍ଚ କରାଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ନିର୍ମାତାମାନେ ଦୁଇଟିରୁ ଅଧିକ ଫିଲ୍ମ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହିତ, ଅନେକ ଚଳଚ୍ଚିତ୍ର ମଧ୍ୟ ଡିଷ୍ଟ୍ରିବ୍ୟୁଟ କରାଯାଉଛି । ଯାହାଦ୍ୱାରା ପ୍ରଚୁର ଟଙ୍କା ଆୟ କରାଯାଇଛି । ତେବେ ଫିଲ୍ମ ଗୁଡିକରେ ଜଡିତ ଟଙ୍କାକୁ ଦୃଷ୍ଟିରେ ରଖି ଆଇଟି ରିଟର୍ଣ୍ଣରେ ଭିନ୍ନତା ନେଇ ପ୍ରାରମ୍ଭିକ ସୂଚନା ଆଧାରରେ ଆଇଟି ଅଧିକାରୀମାନେ ଚଢାଉ କରିଛନ୍ତି ।