କେମିତି ଆସିଲା, କେମିତି ଆକ୍ରମଣ କଲା ଅଭିଯୁକ୍ତ, କ୍ରାଇମ ସ୍କ୍ରିନ୍ ରିକ୍ରିଏସନରେ ଜଣାଇଲା ସତ

Published By : Prameya-News7 Bureau | January 21, 2025 IST

ମୁମ୍ୱାଇ ୨୧/୦୧: ରାତି ଅଧରେ କ୍ରାଇମ ସିନ୍ ରିକ୍ରିଏସନ । ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣାରେ ରାତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦକୁ ନେଇ ସବୁ ସ୍ଥାନରେ ଯାଞ୍ଚ କରିଛି ପୋଲିସ । ଘଟଣା ରାତିରେ କ’ଣ ଘଟିଥିଲା ତାର ଟିକନିକ ତଥ୍ୟ ଦେଇଛି ଅଭିଯୁକ୍ତ । ବାନ୍ଦ୍ରା ପୋଲିସ ପ୍ରଥମେ ଅଭିଯୁକ୍ତକୁ ନେଇ ସୈଫଙ୍କ ଘରକୁ ଯାଇଥିଲା । 

ସେଠାରେ ପୋଲିସ ଉପସ୍ଥିତିରେ ଘଟଣା ସମୟରେ କଣ କଣ ଘଟିଥିଲା, କେମିତି ଘଟଣାସ୍ଥଳରେ ପହଞ୍ଚିଥିଲା ଅଭିଯୁକ୍ତ ଏବଂ ସେଠାରୁ କେମିତି ଫେରାର ହୋଇଥିଲା ଗୋଟିଏ ପରେ ଗୋଟିଏ ସବୁ କହିଛି ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ । ଏବଂ ସୈଫଙ୍କ ଘରୁ ବାହାରିବା ପରେ ସେ କେଉଁଠିକି ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କଣ କଣ ଘଟିଥିଲା ତାର ଟିକନିକ ତଥ୍ୟ ପୋଲିସକୁ ଦେଇଛି । ସୈଫଙ୍କ ଘରୁ ବାହାରିବା ପରେ ବାନ୍ଦ୍ରା ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ନେଇଥିଲା ପୁଲିସ । 


ସୈଫଙ୍କ ଘରୁ ବାହାରି କେମିତି ଓ କେଉଁଠିକି ଯାଇଥିଲା ଅଭିଯୁକ୍ତ ତାହା ପୁଲିସ ସାମ୍ନାରେ କହିଛି ଅଭିଯୁକ୍ତ । ଗତ ଗୁରୁବାର ରାତିରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସୈଫଙ୍କ ଅପରେସନ କରାଯାଇଥିଲା । 

ଅପରେସନ ପରେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ ପୁଲିସ ଏହି ମାମଲାରେ ସୈଫଙ୍କ ଘରୋଇ ସହାୟକଙ୍କୁ ବି ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରିନାଙ୍କର ବି ବୟାନ ରେକର୍ଡ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.