ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା

Published By : Prameya-News7 Bureau | January 20, 2025 IST

କଟକ ୨୦।୦୧ : ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ । ଯେଉଁଥିରେ ଡାକ୍ତର ଜ୍ୟୋତି ପ୍ରକାଶ ଆହତ ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ, କଟକ ଏସ୍‌ସିବିର କାଜୁଆଲଟି ମେଡିକାଲ ଅଫିସରଙ୍କୁ ରୋଗୀଙ୍କ ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରୋଗୀ ସଂପର୍କୀୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ପାଇଁ ଚେତାବନୀ ଦେଇଛନ୍ତି । ଯଦି ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠ ନହୁଏ, ତେବେ ଡାକ୍ତରମାନେ ଆନ୍ଦୋଳନର ଧମକ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.