ଅସହାୟ ମହିଳାଙ୍କ ଫାଇଦା ଉଠାଇଲେ ଏଏସ୍ଆଇ, ଦୁଷ୍କର୍ମ ଅଭିଯୋଗରେ ଗଲେ ଜେଲ୍

Published By : Prameya-News7 Bureau | February 21, 2025 IST

ନୂଆଦିଲ୍ଲୀ ୨୧/୦୨: ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ଥାନାକୁ ଆସିଥିବା ମହିଳାଙ୍କ ଅସହାୟତାକୁ ଫାଇଦା ଉଠାଇଲେ ଏଏସ୍ଆଇ। ଜଣେ ଅସହାୟ ମହିଳାଙ୍କୁ ଫୁସୁଲେଇ ଦୁଷ୍କର୍ମ କରିଥିବା ଆସିଲା ଅଭିଯୋଗ। ଏହି ଘଟଣାରେ ଆକ୍ସନ୍ ମୋଡ଼କୁ ଆସିଲା କମିଶନରେଟ୍ ପୋଲିସ। ନୟାପଲ୍ଲୀ ଥାନା ଏଏସ୍‌ଆଇ ରଞ୍ଜିତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କମିଶନରେଟ ପୋଲିସରେ ଭରତପୁର ଥାନା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ନୟାପଲ୍ଲୀ ଥାନାରୁ ଆସିଲା ଚାଞ୍ଚଲ୍ୟକର ଘଟଣା।  ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଅସହାୟ ମହିଳାଙ୍କୁ ଫୁସୁଲେଇ ଏଏସ୍‌ଆଇ ରଞ୍ଜିତ ଦାସ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ମହିଳାଥାନା ପୁଲିସ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ଏଏସ୍‌ଆଇଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏଏସଆଇଙ୍କ ଏଭଳି କାଣ୍ଡ କମିଶନରେଟ ପୋଲିସକୁ କାଠଗଡ଼ାରେ ଠିଆ କରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.