ଭୁବନେଶ୍ଵରରେ କର୍ଟିକାଲ୍/ ସେରେବ୍ରାଲ୍‌ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର୍

Published By : Prameya-News7 Bureau | February 21, 2025 IST

ଭୁବନେଶ୍ଵର: କର୍ଟିକାଲ୍/ ସେରେବ୍ରାଲ୍‌ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ (ସିଭିଆଇ) ରୋଗରେ ପୀଡ଼ିତ ଶିଶୁମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏଲ୍‌ଭି  ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଦୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର 'କର୍ଟିକାଲ୍/ ସେରେବ୍ରାଲ୍‌ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର୍ ଉଦଘାଟିତ ହୋଇଛି। ଆମେରିକାର 'ଭିଜନ-ଏଡ୍'ର ବଦାନ୍ୟ ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ଏହି ଅଗ୍ରଣୀ କେନ୍ଦ୍ର ଆଶାର କିରଣ ଭାବେ ଉଭା ହୋଇଛି , ଯାହାର ଲକ୍ଷ୍ୟ ହେଉଛି ସିଭିଆଇ ଦ୍ୱାରା ପ୍ରଭାବିତ ଶିଶୁ ଏବଂ ପରିବାରମାନେ ସମୁଖୀନ ହେଉଥିବା ସମସ୍ୟାକୁ ଦୂରକରିବା।

ସିଭିଆଇ ଏକ ମସ୍ତିଷ୍କ-ଭିତ୍ତିକ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗ ଯେଉଁଥିରେ ଚକ୍ଷୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରେ , କିନ୍ତୁ ମସ୍ତିଷ୍କ ଦ୍ୱାରା ଦୃଷ୍ଟିଶକ୍ତି ସୂଚନାକୁ ବ୍ୟାଖ୍ୟା କରିବା ଏବଂ ବୁଝିବାର କ୍ଷମତା ହ୍ରାସ ପାଇଥାଏ। ଦୃଷ୍ଟି ଶକ୍ତି ଦୁର୍ବଳତାଥିବା ପ୍ରାୟ୩୦-୪୦% ଶିଶୁ ସିଭିଆଇ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା ବିଶ୍ୱବ୍ୟାପୀ ଶିଶୁଙ୍କ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ ଅଟେ। ଏହି ଶିଶୁମାନଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବରେ ୬୦-୭୦% ଅତିରିକ୍ତ ଅକ୍ଷମତା ସହିତ ମଧ୍ୟ ସଂଘର୍ଷ କରନ୍ତି,  ଯାହା ସେମାନଙ୍କ ଜୀବନର ଜଟିଳତାକୁ ବୃଦ୍ଧି କରିଥାଏ। ସିଭିଆଇର ପ୍ରଭାବ ଶାରୀରିକ ସମସ୍ୟାଠାରୁ ଆରମ୍ଭ କରି ବ୍ୟାପକ ହୋଇଥାଏ, ଯାହା ଶିଶୁର ଶିକ୍ଷଣ,  ସାମାଜିକ ସମ୍ପର୍କ ଏବଂ ସାମଗ୍ରିକ ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.