ପୋଲିସ ଅପରେସନ ସକ୍ସେସ୍, ଧରାପଡିଲେ ୧୩ ଆନ୍ତଃରାଜ୍ୟ ଡକାୟତ

Published By : Prameya-News7 Bureau | February 22, 2025 IST

କାମାକ୍ଷାନଗର ୨୨/୨: ପୋଲିସର ଅପରେସନ ସକ୍‌ସେସ୍‌ । ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ୧୩ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୨ ଜଣ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ରୋଡ୍‌ ଗାଁ ପାଖ ବ୍ରାହ୍ମଣୀ ନଦୀ କୂଳରେ ବସି ଡକାୟତି ଯୋଜନା କରୁଥିଲେ ୧୫ ଜଣ ଡକାୟତ । କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ପୋଲିସକୁ ଦେଖି ଯିଏ ଯୁଆଡେ ଦୌଡିଥିଲେ । ତେବେ ୧୩ ଜଣଙ୍କୁ ପୋଲିସ କାବୁ କରିଥିବାବେଳେ ୨ ଜଣ ଖସିଯାଇଛନ୍ତି । 

ଗିରଫ ଅଭିଯୁକ୍ତମାନେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର । ସେମାନଙ୍କ ଠାରୁ ୧୫ଟି ମୋବାଇଲ ଫୋନ୍‌,୫ଟି ଅଫୁଟା ବୋମା,୩ଟି କଟୁରୀ ,ଗୋଟିଏ କାର, ୪ଟି ବାଇକ,କିଛି ଲଙ୍କା ଗୁଣ୍ଡ ଓ ଦଉଡି ଜବତ ହୋଇଛି । ଗିରଫ ୧୩ ଜଣଙ୍କ ମଧ୍ୟରୁ ୭ ଜଣ ପେସାଦାର ଅପରାଧୀ । ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସ୍‌ପି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.