ବିଜେଡିରେ ଓ୍ୱାକଫ୍ ଝଡ, ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ

Published By : Prameya-News7 Bureau | April 08, 2025 IST

ଭୁବନେଶ୍ୱର ୦୮/୦୪: ବିଜେଡିରେ ବଡ଼ ହଲଚଲ । ନବୀନ ନିବାସ ପହଞ୍ଚୁଛନ୍ତି ବଡ଼ ନେତା । ବସିଛି ବରିଷ୍ଠ ମାନଙ୍କ ବୈଠକ । ଦଳରେ ବିବାଦ ଭିତରେ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । କଳିକେଶ ସିଂହଦେଓ ମଧ୍ୟ କିଛି ସମୟ ତଳେ ନବୀନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ନେତା । 

ସେପଟେ ଦଳର ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପଦ୍ମନାଭ ବେହେରା । ସେ କହିଛନ୍ତି ଦଳରେ ଯାହା କିଛି ବି ଯଦି ବିଭାଜନ ହୋଇଛି ତାହା ଆଉ ଆଗକୁ ନବଢୁ । ସେଥିରେ ଯବନିକା ପଡୁ । କାରଣ ଏସବୁ ହେବା ରାଜ୍ୟ ରାଜ୍ୟନିତୀ ପାଇଁ ଶୁଭଙ୍କର ନୁହେଁ । ଦଳ ସୁପ୍ରିମୋ ଯାହା କହିବେ ତାହା ସର୍ବପରି । ସମସ୍ତେ ମାନିବାକୁ ବାଧ୍ୟ । 


ସୂଚନା ଥାଉକି, ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ସୋମବାର ଏନେଇ ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ । ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍‌ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼ । 

also read...

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ମୁନା ଖାଁ, କହିଲେ- ଦଳରେ ଦୋମୁହାଁ ନୀତି ଚଳିବନି, ଯାହାର ଯିବାର ଅଛି ପଳାନ୍ତୁ

କହିବାକୁ ଗଲେ ରାଜ୍ୟସଭାରେ ଓ୍ବାକଫ୍ ବିଲ୍‌କୁ ବିଜେଡି ସାଂସଦ ମୁନା ଖାଁ ବିରୋଧ କରିଥିବା ବେଳେ ସାଂସଦ ସସ୍ମିତ ପାତ୍ର ଏହି ବିଲ୍‌କୁ ସମର୍ଥନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଜେଡି ଦୁଇ ଭାଗ ହୋଇଛି ବୋଲି ମଧ୍ୟ କୁହାଗଲା । ଦଳ ସଭାପତି ନବୀନ ପଟ୍ଟନାୟକ ଏହି ବିଲ୍‌କୁ ବିରୋଧ କରିବାକୁ କହିଥିଲେ ବୋଲି ଦଳର କିଛି ବରିଷ୍ଠ ନେତା କହିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ କେମିତି ଏହି ନିଷ୍ପତ୍ତି ବଦଳିଗଲା ତାହାକୁ ନେଇ ତର୍ଜମା ହେବ ବୋଲି ମଧ୍ୟ ବରିଷ୍ଠ ନେତା ମତ ଦେଇଥିଲେ ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.