ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କଲେ ଅନନ୍ୟା ପାଣ୍ଡେ, ପୂର୍ବରୁ କୌଣସି ବଲିଉଡ୍ ଷ୍ଟାର୍ ପାଇନଥିଲେ ସୁଯୋଗ

Published By : Prameya-News7 Bureau | April 16, 2025 IST

INTERNET

ନୂଆଦିଲ୍ଲୀ: ଫ୍ରାନ୍ସ ଲଗଜୁରି ବ୍ରାଣ୍ଡ ‘ଚ୍ୟାନେଲ୍‌’ର ବ୍ରାଣ୍ଡ ଆମ୍ବାସାଡର ହେଲେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ସେ ପ୍ରଥମ ବଲିଉଡ ଷ୍ଟାର ଭାବରେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ଭାରତ ବିଶ୍ୱ ଲଗଜରୀ ବଜାରର ଏକ ମଞ୍ଚ ହେବାକୁ ଯାଉଛି। ଏଥିପାଇଁ ଅନେକ ଆଇକନିକ ବ୍ରାଣ୍ଡ କେବଳ ଭାରତୀୟଙ୍କ ପାଇଁ ସେମାନଙ୍କର ସ୍ୱତନ୍ତ୍ର କଲେକ୍ସନ ପ୍ରଦର୍ଶନ କରୁଛନ୍ତି। ଏରି ସ୍ଥଳ ଅନନ୍ୟାଙ୍କର ଫ୍ରେଞ୍ଚ୍ ଲଗ୍‌ଜୁରି ବ୍ରାଣ୍ଡ ଚ୍ୟାନେଲ୍‌ର ବ୍ରାଣ୍ଡ ଆମ୍ବାସାଡର ହେବା ନିହାତୀ ଗୌରବର କଥା। 

ଅନନ୍ୟା ଚ୍ୟାନେଲ୍‌ର ପ୍ରଥମ ଭାରତୀୟ ଆମ୍ବାସାଡର ହୋଇଛନ୍ତି। ଏନେଇ କମ୍ପାନୀ କହିଛି ଯେ ଅଭିନେତ୍ରୀ ବଦଳୁଥିବା ରୁଚି ସହିତ ଏକ ସ୍ୱତନ୍ତ୍ର ପିଢ଼ିକୁ ଦର୍ଶାଉଛନ୍ତି, ଯେଉଁମାନେ ନାନା ଜିଜ୍ଞାସାର ସହିତ ଦୁନିଆଁରେ ଆଗକୁ ବଢ଼ନ୍ତି। ତେଣୁ ଅନନ୍ୟାଙ୍କର ମୂଲ୍ୟବୋଧ ଚ୍ୟାନେଲ୍‌ର ଆଭିମୁଖ୍ୟକୁ ଦର୍ଶାଉଛି। ତେଣୁ ସେ କମ୍ପାନୀ ସଠିକ୍ ବିକଳ୍ପ ବୋଲି କମ୍ପାନୀ କହିଛି। ଅନନ୍ୟା ମଧ୍ୟ ବ୍ରାଣ୍ଡ୍ ସହିତ ଯୋଡ଼ି ହୋଇ ଖୁସୀ ବ୍ୟକ୍ତ କରିଛନ୍ତି। 

ପଢନ୍ତୁ- ATM On Train, ଚଳନ୍ତା ଟ୍ରେନ୍‌ରେ ମିଳିବ ଏଟିଏମ୍ ସୁବିଧା: ଟଙ୍କା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇବାକୁ ପଡ଼ିବନି

ଗତବର୍ଷ ପ୍ୟାରିସରେ ଅନୁଷ୍ଠିତ ଚାନେଲର ସମର୍ ୨୦୨୫ ଶୋ’ରେ ଅନନ୍ୟାଙ୍କୁ ଦେଖିବାକୁ ମିଳିବା ପରେ କମ୍ପାନୀ ତାଙ୍କୁ ଆମ୍ବାସାଡର କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଶୋ’ରେ ଯୋଗଦେବା ସମୟରେ ଅଭିନେତ୍ରୀ ଚାନେଲର କ୍ରୁଜ୍ କଲେକ୍ସନ୍ ପିନ୍ଧିଥିଲେ। ସେବେଠାରୁ ସେ ବ୍ରାଣ୍ଡ୍ ସହିତ ଜଡ଼ିତ ଥିଲେ। ଅନନ୍ୟା ତାଙ୍କ ଭଉଣୀ ରାଇସା ପାଣ୍ଡେଙ୍କ ସହ ଶୋ’ରେ ଯୋଗ ଦେଇଥିଲେ।

ଅନନ୍ୟା ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବେ କେବଳ ଚ୍ୟାନେଲର ପ୍ରଚାର କରନ୍ତି ନାହିଁ, ବରଂ ସ୍ୱରୋଭସ୍କିର ଜିମି ଚୁଙ୍କ ଭାରତ ଅଭିଯାନର ଏକ ଅଂଶ ମଧ୍ୟ ଥିଲେ। ଏଥିସହିତ ସେ ଲାକ୍‌ମୀ, ବିଟ୍ସ ଏବଂ ଟାଇମେକ୍ସ ଭଳି ଲେବଲର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି। 
 ଗତ କିଛି ବର୍ଷ ମଧ୍ୟରେ ଅନେକ ଆନ୍ତର୍ଜାତୀୟ ଲଗଜରୀ ବ୍ରାଣ୍ଡ ଭାରତୀୟ ଅଭିନେ ଓ ଅଭିନେତ୍ରୀଙ୍କୁ ନିଜ ସହ ଯୋଡ଼ିଛନ୍ତି। ସୋନମ କପୁର ଡିଅରର ବ୍ରାଣ୍ଡ ଆମ୍ବାସାଡର ହୋଇଥିବା ବେଳେ ଦୀପିକା ପାଦୁକୋନ ଲୁଇସ୍ ଭିଟନ୍ ସହିତ ଜଡିତ ଅଛନ୍ତି। ସେହିପରି ଆଲିଆ ଗୁଚିର ଆମ୍ବାସାଡର ହୋଇଥିବା ବେଳେ ଐଶ୍ୱର୍ଯ୍ୟା ରାୟ ଲ'ଓରିଆଲ୍ ବ୍ରାଣ୍ଡ ସହିତ ଦଶନ୍ଧି ଧରି ଜଡିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.