ନୂଆଦିଲ୍ଲୀ ୧୬/୦୪: ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିଂସା ଥମୁନି । ସେହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ସ୍ଥାନୀୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଅନେକ ଟିମ୍ ଡ୍ୟୁଟିରେ ଅଛନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ମୁର୍ଶିଦାବାଦରେ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, "ଆମେ ସମସ୍ତ ଧର୍ମର ସମାନତାରେ ବିଶ୍ୱାସ କରୁ । ମୁଁ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦଙ୍କ ଉପରେ ବିଶ୍ୱାସ କରେ। ବିଜେପି ବୟାନରେ ଉତ୍ତେଜିତ ହୋଇ ବଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ କଣ୍ଟ୍ରୋଲ କରିବାକୁ ମୁଁ ଅନୁରୋଧ କରୁଛି । ଯେତେବେଳେ ଆମେ ଦୁର୍ଗା ପୂଜା ପାଳନ କରୁ, ସେମାନେ କୁହନ୍ତି ଯେ ଆମେ ଏହାକୁ ପାଳନ କରିବାକୁ ଦେଉନାହୁଁ। ପ୍ରତି ଘରେ ସରସ୍ୱତୀ ପୂଜା ପାଳନ କରାଯାଏ । ସେମାନେ କୁହନ୍ତି ଯେ ଆମେ ଏହା କରିବାକୁ ଦେଉନାହୁଁ। ସମସ୍ତେ ସମସ୍ତ ଧର୍ମକୁ ସମ୍ମାନ କରିବା ଉଚିତ, ଏହା ପରମ୍ପରା।
ଆହୁରି ବି ମମତା କହିଛନ୍ତି ଯେ ମୁଁ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ଏତେ ଶୀଘ୍ର ୱାକଫ୍ ଆଇନ କାହିଁକି ପାସ୍ କଲେ? ସେମାନେ କ’ଣ ବାଂଲାଦେଶର ପରିସ୍ଥିତି ଜାଣନ୍ତି ନାହିଁ? ତୁମେ କ’ଣ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି ବଙ୍ଗରେ ଦଙ୍ଗା ସୃଷ୍ଟି କରିବା ପାଇଁ ବାହାରୁ ଲୋକଙ୍କୁ ଡାକି ନଥିଲ? କାହିଁକି ବିଏସଏଫ ହିଂସା ବନ୍ଦ କଲା ନାହିଁ?
#WATCH | During her meeting with Muslim clerics, West Bengal CM Mamata Banerjee says "Yesterday, I saw a tweet from ANI quoting the Home Ministry that Bangladesh is involved in this (Murshidabad violence). If this is true, the Central Govt is responsible for it. BSF takes care of… https://t.co/yEW3bqGqrB pic.twitter.com/ubcrMMuTVP
— ANI (@ANI) April 16, 2025
ବାନାର୍ଜୀ କହିଥିଲେ ଯେ ମୁଁ ମୋଦୀ ଜିଙ୍କୁ ଅନୁରୋଧ କରୁଛି ଯେ ସେ ଅମିତ ଶାହଙ୍କୁ ନିୟନ୍ତ୍ରଣ କରନ୍ତୁ। ଅମିତ ଶାହ ଆମ ବିରୋଧରେ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛନ୍ତି । ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ନଥିବେ, ସେତେବେଳେ କ'ଣ ହେବ?
ମମତା କେନ୍ଦ୍ର ଉପରେ ବର୍ଷିଥିଲେ ଏବଂ କହିଥିଲେ ଯେ ଯେହେତୁ ବିଏସଏଫ ବଙ୍ଗଳା ସହିତ ୨୨୦୦ କିଲୋମିଟର ଲମ୍ବା ବାଂଲାଦେଶ ସୀମାକୁ ସୁରକ୍ଷା ଦେବା ପାଇଁ ନିୟୋଜିତ, ତେଣୁ ବାଂଲାଦେଶରୁ ବଙ୍ଗଳାରେ ଦୁର୍ବୃତ୍ତଙ୍କ ଅନୁପ୍ରବେଶ ପାଇଁ ବିଏସଏଫ ଦାୟୀ।
ମମତା ଆହୁରି କହିଛନ୍ତି କି, ବିଜେପି ବାହାର ଲୋକଙ୍କୁ ଡାକି ହିଂସା ଘଟାଇଛି । ୱାକଫକୁ ନେଇ ଲୋକମାନେ ଉତ୍ତେଜିତ ହୋଇଥିଲେ । ସେ କହିଥିଲେ ଯେ ମୁର୍ଶିଦାବାଦରେ ହୋଇଥିବା ହିଂସା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । ଅନୁପ୍ରବେଶକାରୀମାନଙ୍କୁ କାହିଁକି ଆସିବାକୁ ଦିଆଯାଇଥିଲା ? ମୁଁ ଭାରତ ଆଲାଏନ୍ସକୁ ଏହା ବିରୁଦ୍ଧରେ ଏକତ୍ର ହେବାକୁ ନିବେଦନ କରୁଛି। ଏହା ସମସ୍ତଙ୍କୁ ପ୍ରଭାବିତ କରିବ। ଆମେ ଶାନ୍ତି ଚାହୁଁ ।
ଦିଦିଙ୍କ କହିବା କଥା ଆମେ ହିନ୍ଦୁ ଓ ମୁସଲମାନଙ୍କ ବିଭାଜନ କରିବାକୁ ଦେବୁ ନାହିଁ। ଏହା କେବଳ ଜଣେ ବ୍ୟକ୍ତିଙ୍କର ଘଟଣା ନୁହେଁ। ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ୱାକଫ ଉପରେ ନୀରବ। ଏମାନେ ୱାକଫ ଉପରେ ଚୁପ୍ କାହିଁକି? ଏହି ଲୋକମାନେ କେବଳ କ୍ଷମତା ବିଷୟରେ ଚିନ୍ତା କରନ୍ତି। ଯଦି ବଙ୍ଗରେ ବିଜେପି ଆସେ, ତେବେ ଖାଇବା ପିଇବା ବନ୍ଦ ହୋଇଯିବ ।