ବେଶି ସମୟ ଅପେକ୍ଷା କରିପାରିବୁନି, ଋଷ-ୟୁକ୍ରେନ୍ ଚୁକ୍ତି ଆଗକୁ ନ ବଢ଼ିଲେ ଓହିରିଯିବୁ: ଆମେରିକା

Published By : Prameya-News7 Bureau | April 18, 2025 IST

indiatoday

ନୂଆଦିଲ୍ଲୀମୁଁ ଯଦି ରାଷ୍ଟ୍ରପତି ହେବି ତେବେ ୟୁକ୍ରେନ୍-ଋଷ ଯୁଦ୍ଧ ଶୀଘ୍ର ବନ୍ଦ କରିଦେବି। ଜନତାଙ୍କ ପାଖରେ ଏଭଳି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହେଲେ ସେ ରାଷ୍ଟ୍ରପତି ହେବାର ୪ ମାସ ହେଲାଣି ହେଲେ ଏପର୍ଯ୍ୟନ୍ତ ନା ଯୁଦ୍ଧ ଥମିଲା ନା ରକ୍ତପାତ ବନ୍ଦ ହେଲା। ମଝିରେ ଏନେଇ ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଓ ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ହେଲେ କିଛି ଫଳପ୍ରଦ ହେଲାନି। 

ଉଭୟ ରାଷ୍ଟ୍ର ନିଜ ନିଜ ସ୍ୱାର୍ଥକୁ ଦେଖିଲେ। ଶେଷରେ ଆମେରିକା ଉଦ୍ୟମ ଫେଲ୍ ମାରିଲା। ତେବେ ଏତେବଡ଼ ଯୁଦ୍ଧକୁ ଅଟକାଇବାକୁ ସମୟ ଲାଗେ। ହେଲେ ଆମେରିକା ସମୟ ପୂର୍ବରୁ ନିଜର ଫାଇଦା ପାଇଁ ଶାନ୍ତି ଚୁକ୍ତିରୁ ଓହରିବାକୁ ଯାଉଛି। ଏନେଇ ସେ ଦୁଇ ଦେଶକୁ ଅଲ୍‌ଟିମେଟମ୍ ଦେଇଛି। ଯଦି ସେହି ଭିତରେ କିଛି ନହେଲା ତେବେ ଆମେରିକା ଏଥିରୁ ଓହରିଯିବ ବୋଲି କହିଛି। 

ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶୁକ୍ରବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଚୁକ୍ତି ହେବାର ସ୍ପଷ୍ଟ ସଙ୍କେତ ନ ମିଳେ, ତେବେ ଅଳ୍ପ କିଛି ଦିନ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଶାନ୍ତି ଚୁକ୍ତିର ମଧ୍ୟସ୍ଥତାରୁ ଓହରିଯିବେ।

ପ୍ୟାରିସରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାମାନଙ୍କୁ ଭେଟିବା ପରେ ରୁବିଓ ଏପରି କହିଛନ୍ତି। ସେ କହିଛନ୍ତି "ଆମେ ସପ୍ତାହ କିମ୍ବା ମାସ ଧରି ଏହି ପ୍ରୟାସ ଜାରି ରଖିପାରିବୁ ନାହିଁ। ତେଣୁ ଆମକୁ ଏବେ ଶୀଘ୍ର ନିର୍ଣ୍ଣୟ କରିବାକୁ ପଡ଼ିବ, ଏବଂ ମୁଁ କହୁଛି ଯେ ଯଦି ଏହା ଆଗାମୀ କିଛି ସପ୍ତାହ ମଧ୍ୟରେ ସମ୍ଭବ ହେବ ତେବେ ଆମେ ଏଥିରେ ରହିବୁ। ଯଦି ନହେଲା ତେବେ ଆମର ବି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ରହିଛି। ତା’ ଉପରେ ଧ୍ୟାନ ଦେବୁ।" ରୁବିଓ ଆହୁରି କହିଛନ୍ତି ଯେ ଟ୍ରମ୍ପ ଏବେ ବି ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଆଗ୍ରହୀ, କିନ୍ତୁ ଯଦି ତୁରନ୍ତ ଏ ଦିଗରେ ସୁଧାର ନହେଲା ତେବେ ସେ ଏଥିରୁ ଓହରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। 

ପଢନ୍ତୁ- ଏଲମ ନସ୍କଙ୍କ ସହ ଫୋନ୍‌ ଯୋଗେ କଥା ହେଲା ପ୍ରଧାନମନ୍ତ୍ରୀ ମୋଦୀ: ଏହି ବିଷୟରେ ହେଲା ଆଲୋଚନା

ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ହ୍ୱାଇଟ୍ ହାଉସରେ ତାଙ୍କ ରାଷ୍ଟ୍ରପତି ହେବାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ କହିଲେ ଏଥିରେ ଅନେକ ବାଧା ରହିଛି। ତେଣୁ ଏହି ସମସ୍ୟାର ସମାଧାନ ଏପ୍ରିଲ କିମ୍ବା ମେ ସୁଦ୍ଧା କରାଯିବ। ହେଲେ ଏପ୍ରିଲ ମାସ ସରିବାକୁ ବସିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ଶାନ୍ତି ଚୁକ୍ତି ହେଲାନି। ଏପଟେ ରୁବିଓ ଆମେରିକା ବାରମ୍ବାର ପ୍ରାୟାସ କରି ଏ ଦିଗରେ ହତାଶ ହେଲାଣି ବୋଲି ଦର୍ଶାଇବାକୁ ଚାହୁଁଛନ୍ତି। ଏପରି କହି ଆମେରିକା ଏଥିରୁ ଓହରିବାକୁ ଚିନ୍ତା କରୁଛି। 

ଏକ୍ସପର୍ଟଙ୍କ କହିବା କଥା ହେଲା କ୍ଷମତା ବଳରେ ଅନ୍ଧ ହୋଇ କୌଣସି ମଧ୍ୟସ୍ଥତା କରାଯାଏନି। ମଧ୍ୟସ୍ଥା କରିବାକୁ ହେଲେ ଉଭୟ ପକ୍ଷରୁ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା ସହିତ ପରସ୍ପରକୁ ଶୁଣିବା ଦରକାର। ପରସ୍ପରର ସ୍ୱାର୍ଥକୁ ରଖି ପଦକ୍ଷେପ ନେବା ଦରକାର। ହେଲେ ଟ୍ରମ୍ପ ଯେଉଁଭଳି ବ୍ୟସ୍ତତା ଦେଖାଉଛନ୍ତି ଏବଂ ନଶୁଣିବାର ଭାବ ପ୍ରଦର୍ଶନ କରୁଛନ୍ତି ସେଥିରେ କିଛି ସମାଧଆନ ହେବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.