ୱାକଫ ଆଇନ ଉପରେ ଆଇନଗତ ଲଢ଼େଇ ଆରମ୍ଭ, ୧୦ଟି ଆବେଦନର ଶୁଣାଣି

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ ୧୬/୦୪: ୱାକଫ ଆଇନ ବିରୋଧରେ ଦାୟର ଆବେଦନ ଉପରେ ଶୁଣାଣି ଆରମ୍ଭ କରିବେ । କୋର୍ଟରେ ମୋଟ ୭୩ଟି ଆବେଦନ ଦାଖଲ ହୋଇଛି । ଯେଉଁଥିରୁ ଆଜି ୧୦ଟି ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଆବେଦନଗୁଡ଼ିକରେ କୁହାଯାଇଛି ଯେ ନୂତନ ଆଇନ ସଠିକ୍ ନୁହେଁ ଏବଂ ଏହା ମୁସଲମାନମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରେ। 

ଆବେଦନକାରୀଙ୍କ କହିବା ଅନୁଯାୟୀ ଆଇନରେ ପରିବର୍ତ୍ତନ ପରେ ୱାକଫ ସମ୍ପତ୍ତିଗୁଡ଼ିକ ସଠିକ୍ ଭାବରେ ପରିଚାଳନା ହେବନି । ଏହା ଏକପାଖିଆ ହୋଇପାରେ। ଆଜି ଦିନ ୨ଟାରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ତିନି ଜଣ ବିଚାରପତି ଜଷ୍ଟିସ୍ ସଞ୍ଜିବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସମ୍ପ୍ରତି କେନ୍ଦ୍ର ସରକାର ୱାକଫ ଆଇନରେ ପରିବର୍ତ୍ତନ କରିଥିଲେ । ଯାହାକୁ ଏବେ କାର୍ଯ୍ୟକାରୀ କରାଯାଇଛି। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହି ଆଇନ ୫ ଏପ୍ରିଲରେ ସଂସଦରେ ଗୃହୀତ ହୋଇଥିଲା। ଏହି ଆଇନକୁ ନେଇ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି ଏବଂ କିଛି ସ୍ଥାନରେ ହିଂସାର ଘଟଣା ମଧ୍ୟ ରିପୋର୍ଟ ହୋଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.