ନୂଆଦିଲ୍ଲୀ ୦୮।୦୪; ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ। ତାଙ୍କ ସାନ ପୁଅ ମାର୍କ ଶଙ୍କର ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମଙ୍ଗଳବାର ୮ ଏପ୍ରିଲରେ ଏକ ସ୍କୁଲ ଅଗ୍ନିକାଣ୍ଡ ଘଟଣାରେ ତାଙ୍କ ପୁଅ ମାର୍କ ଶଙ୍କରଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି। ଧୂଆଁ ଯୋଗୁଁ ମାର୍କ ଶଙ୍କର ଅସୁସ୍ଥ ହୋଇପଡ଼ିଛନ୍ତି। ବର୍ତ୍ତମାନ, ପୱନ କଲ୍ୟାଣଙ୍କ ପୁଅ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୱନ କଲ୍ୟାଣ ତାଙ୍କର ସମସ୍ତ ଆଗାମୀ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ଏବେ ସେ ବିଶାଖାପାଟନାରୁ ସିଙ୍ଗାପୁର ଯିବେ ।
pic.twitter.com/bZePu99g2r BREAKING: Pawan Kalyan’s younger son, Mark Shankar, was injured in a school fire accident. He’s receiving treatment for minor injuries and smoke inhalation. Wishing him a quick and full recovery. #PawanKalyan
— McDowell Murthy (@McD0wellMurthy1) April 8, 2025
ପୱନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟି ଏକ୍ସରେ ଏକ ପୋଷ୍ଟରେ ଲେଖିଛି, "ପୱନ କଲ୍ୟାଣ ଗତକାଲି ଆରାକୁ ନିକଟସ୍ଥ କୁରିଡି ଗାଁର ଆଦିବାସୀମାନଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ସେ ସେଠାକୁ ଯିବେ ଏବଂ ସେମାନଙ୍କୁ ଭେଟିବେ ଆଉ ସେମାନଙ୍କ ସମସ୍ୟା ଶୁଣିବେ ।" ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି, ତେଣୁ ସେ ଗସ୍ତ ଶେଷ କରିବା ପରେ ହିଁ ସିଙ୍ଗାପୁର ଯିବେ । ଗସ୍ତ ସମାପ୍ତ କରିବା ପରେ, ସେ ବିଶାଖାପାଟଣାରେ ପହଞ୍ଚିବେ, ଯେଉଁଠାରୁ ତାଙ୍କର ସିଙ୍ଗାପୁର ଯିବା ପାଇଁ ପ୍ରସ୍ତୁତି ଚାଲିଛି ।
Shocked to hear about the fire accident at a school in Singapore in which @PawanKalyan Anna's son, Mark Shankar, sustained injuries. Wishing him a speedy and full recovery. Strength and prayers to the family during this tough time.
— Lokesh Nara (@naralokesh) April 8, 2025
ଏହି ସମୟରେ, ରାଜ୍ୟ ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ ପୱନ କଲ୍ୟାଣଙ୍କ ପୁଅ ଶଙ୍କର ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଏନେଇ ଲୋକେଶ ତାଙ୍କ 'X' ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି 'ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟଣା ଶୁଣି ମୁଁ ମର୍ମାହତ, ଯେଉଁଥିରେ ପୱନ କଲ୍ୟାଣ ଆନ୍ନାଙ୍କ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି। ଶଙ୍କରଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ମୁଁ ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛି।