Waqf Act: ‘ଆପଣ ଇତିହାସକୁ ପୁଣି ଥରେ ଲେଖି ପାରିବେନି’, ଜାଣନ୍ତୁ ଶୁଣାଣିରେ ଆଉ କ’ଣ କହିଲେ ସୁପ୍ରିମକୋର୍ଟ?

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ ୧୬।୪: ୱକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ୭୩ଟି ପିଟିସନ ଉପରେ ବୁଧବାର ଶୁଣାଣି ହୋଇଛି। ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ପୀଠ ଏହି ଶୁଣାଣି କାଳରେ ଆବେଦନକାରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ତେବେ ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ସେହି ୫ଟି ବଡ଼ କଥା ଯାହା ଆଇନକୁ ନେଇ ସିଜେଆଇ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି...

୧-ସିଜେଆଇ ସଞ୍ଜୀବ ଖନ୍ନା ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀଙ୍କୁ କହିଛନ୍ତି ଯେ ‘ଆମକୁ କୁହାଯାଉଛି ଦିଲ୍ଲୀ ହାଇକୋର୍ଟ ୱକଫ ଜମିରେ ରହିଛି। ତେବେ ଆମେ କହୁନୁ ସବୁ ୱକଫର ବ୍ୟବହାର ଭୁଲ, ତେବେ ଏହା ବାସ୍ତବିକ ଚିନ୍ତାର କଥା’। 

୨-କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ଥିଲେ। ସିଜେଆଇ ତୁଷାର ମେହେଟ୍ଟାଙ୍କୁ କହିଥିଲେ ‘ଆପଣ ଏପରି ୱକଫକୁ କିପରି ରେଜିଷ୍ଟରର୍ଡ କରିବେ ଯାହା ଦୀର୍ଘ ସମୟରୁ ରହିଛି?ସେମାନଙ୍କ ପାଖରେ ଏଥି ପାଇଁ କଣ କାଗଜପତ୍ର ଥିବ, ଏହା ଦ୍ୱାରା କିଛି ସମାପ୍ତ ହୋଇଯିବକି, ତେବେ କଥା ହେଉଛି କିଛିର ଦୂରୁପଯୋଗ ହେଉଛି, ତେବେ ଅସଲି ୱକଫ ମଧ୍ୟ ଅଛି। ମୁଁ ପ୍ରିଭ୍ୟୁ କାଉନସିଲ ରିପୋର୍ଟ ପଢିଛି। ‘ୱକଫ ବାଇ ୟୁଜର’କୁ ମାନ୍ୟତା ଦିଆଯାଇଛି। ଯଦି ଏହାକୁ ସମାପ୍ତ କରନ୍ତି ତେବେ ସମସ୍ୟା ଉପୁଜିବ’। 

୩-ଜଷ୍ଟିସ୍ ଖନ୍ନା କହିଛନ୍ତି ଯେ ‘ଯେତେବେଳେ କୌଣସି ସାର୍ବଜନିକ ଟ୍ରଷ୍ଟକୁ ୧୦୦ ବା ୨୦୦ ବର୍ଷ ପୂର୍ବେ ୱକଫ ଘୋଷିତ କରାଯାଇଛି, ଅଚାନକ ଆପଣ କହୁଛନ୍ତି ଏହାକୁ ୱକଫ ବୋର୍ଡ ଦ୍ୱାରା ଅଧିଗ୍ରହୀତ କରାଯାଉଛି ବା ଘୋଷଣା କରାଯାଉଛି’।  ଏହା ଉପରେ ତୁଷାର ମେହେଟ୍ଟା କହିଛନ୍ତି ଯେ ‘ଏହାର ଅର୍ଥ ଯଦି କାହା ପାଖରେ ୱକଫ ଅଛି ଏହାକୁ ଟ୍ରାଷ୍ଟରେ ପରିବର୍ତ୍ତନ କରାଯାଇ ପାରିବ, ଏଥି ପାଇଁ ପ୍ରାବଧାନ ରହିଛି’। ଏହା ଉପରେ ସିଜେଆଇ କହିଛନ୍ତି ଯେ ‘ଆପଣ ଇତିହାସକୁ ଆଉ ଥରେ ଲେଖି ପାରିବେନି’, ଆପଣ ଅତୀତକୁ ଆଉ ଥରେ ଲେଖି ପାରିବେନି। 

୪-ସିଜେଆଇ କହିଛନ୍ତି ଯେ ‘ଆଇନ ଅନୁସାରେ ୱକଫ ବୋର୍ଡରେ ୮ ଜଣ ସଦସ୍ୟ ମୁସଲମାନ, ୨ଜଣ ସଦସ୍ୟ ଅଣ ମୁସଲମାନ ରହିବେ’। ଏହା ଉପରେ ତୁଷାର ମେହେଟ୍ଟା କହିଥିଲେ ଯେ ‘ତେବେ ଏହି ପୀଠ ମଧ୍ୟ ମାମଲାର ଶୁଣାଣି କରିପାରିବେନି’। ଏଥିରେ ସିଜେଆଇ ପ୍ରଶ୍ନ କରିଥିଲେ ଯେ ‘କଣ ଆମେ ଏଠି ବସିଲେ ଆମ ଆମର ଧର୍ମକୁ ଭୁଲି ଯାଉଛୁ? ଆମ ଲାଗି ଉଭୟପକ୍ଷ ସମାନ ଓ ଏକାଭଳି। ଆପଣ ଏହାର ତୁଳନା ଜଜ୍ ଙ୍କ ସହିତ କିପରି କରୁଛନ୍ତି’? ସେହିପରି ହିନ୍ଦୁ ବନ୍ଦୋବସ୍ତୀ ପରାମର୍ଶଦାତା ବୋର୍ଡରେ ଅଣ ମୁସଲମାନ କାହିଁକି ନାହାନ୍ତି?

୫ ବେଞ୍ଚ କହିଛନ୍ତି ଯେ ‘ଆପଣ ଏହା କହୁଛନ୍ତି ଏବେଠୁ ମୁସଲମାନମାନଙ୍କୁ ହିନ୍ଦୁ ବନ୍ଦୋବସ୍ତି ବୋର୍ଡର ଅଂଶବିଶେଷ କରିବା ପାଇଁ ଅନୁମତି ଦେବେ’?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.