ମହାଦେବ ବେଟିଂ ଆପ ମାମଲାରେ ନିଶାନ୍ତ ପିଟ୍ଟିଙ୍କ ‘ଇଜ ମାଇଁ ଟ୍ରିପ’ରେ ED ଚଢଉ

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ ୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  (ଇଡି) ବୁଧବାର ମହାଦେବ ଅନଲାଇଇନ ବେଟିଂ ଆପ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଇଜ ମାଇଁ ଟ୍ରିପ ପରିସରର ତଲାସୀ ନେଇଛି। ସୂଚନା ଅନୁସାରେ ଇଡି ମାମଲାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ଅହମଦାବାଦ, ଇନ୍ଦୋର, ଜୟପୁର, ଚେନ୍ନାଇ ଏବଂ ଓଡିଶାର ସମ୍ବଲପୁରରେ ଚଢଉ ହୋଇଛି। ଏହି ଚଢଉରେ ଇଜ ମାଇଁ ଟ୍ରିପ ସଂସ୍ଥାପକ ନିଶାନ୍ତ ପିଟ୍ଟିଙ୍କ ପରିସରକୁ ମଧ୍ୟ ସାମିଲ କରାଯାଇଛି। 

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସଂଘୀୟ ଯାଞ୍ଚ ଏଜେନ୍ସୀ କିଛି ବର୍ଷ ପୂର୍ବେ ଦାବି କରିଥିଲେ ଯେ ଛତିଶଗଡ଼ର ଅନେକ ରାଜନେତା ଓ ବ୍ୟୁରୋକ୍ରାଟ ଆପ ସମ୍ପର୍କିକ ଅବୈଧ ସଞ୍ଚାଳନ ଓ ଏହା ପରେ ହୋଇଥିବା ନେଣଦେଣରେ କଥିତ ରୂପେ ସାମିଲ ଥିଲେ। ଏହି ମାମଲାରେ ପୂର୍ବରୁ ମଧ୍ୟ ଅନେକ ଚଢଉ ହୋଇଛି। 

ଇଡି ଅତୀତରେ ଅଭିଯୋଗ କରିଥିଲେ ଯେ ମହାଦେବ ଅନଲାଇନ ବେଟିଂ (ଏମଓବି) ଗେମିଂ ଓ ଜୁଆ ଆପ ସମ୍ପର୍କରେ ତାଙ୍କ ଯାଞ୍ଚରେ ଛତିଶଗଡର ଉଚ୍ଚ ପଦପଦବୀରେ ଥିବା ରାଜନେତା ଓ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ଜଣାପଡିଛି। ଏହି ଆପର ଦୁଇ ମୁଖ୍ୟ ପ୍ରବର୍ତ୍ତକ ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ ମଧ୍ୟ ଛତିଶଗଡ଼ ରାଜ୍ୟର। ଏବେ ଏହି ଯାଞ୍ଚ ପରିସରକୁ ପ୍ରଥମ ଥର ନିଶାନ୍ତ ପିଟ୍ଟିଙ୍କ ଇଜ ମାଇଁ ଟ୍ରିପ ଆସିଛି। ତେବେ ମାମଲାରେ ଚନ୍ଦ୍ରକାର ଓ ଉପ୍ପଲ ଏବେବି ଇଡିଙ୍କ ପଞ୍ଜାରୁ ବାହାରେ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.