ଫାଶୀ ଗାଁରେ ଗୁଳିମାଡ଼, ଫାର୍ମ ହାଉସରେ ପଶି ମାଲିକଙ୍କୁ ହତ୍ୟା କଲେ ୩ ଦୁର୍ବୃତ୍ତ

Published By : Prameya-News7 Bureau | February 23, 2025 IST

ଢେଙ୍କାନାଳ ୨୩।୦୨ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଫାଶୀଗାଁରେ ଗୁଳିକାଣ୍ଡ । ଏହି ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ ହୋଇଛି । ମୃତକ କଳାଙ୍ଗ ଚାକୁଣ୍ଡାନାଳୀର ଗୋବିନ୍ଦ ନାୟକ । ଫାର୍ମ ହାଉସ ଭିତରେ ପଶି ୩ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିବା ଜଣାପଡିଛି । ଗୋବିନ୍ଦଙ୍କ ଛାତି, ପେଟ ଓ ଗୋଡ଼ରେ ୩ରାଉଣ୍ଡ ଗୁଳି ବାଜିଛି । ଗୁଳିକାଣ୍ଡର କାରଣ ଜଣା ପଡିନି।

ଖବର ଅନୁଯାୟୀ, ପ୍ରତିଦିନ ପରି ଶନିବାର ରାତିରେ ଖାଇ ସାଇ ଫାର୍ମ ହାଉସ୍‌କୁ ଶୋଇବାକୁ ଯାଇଥିଲେ ଗୋବିନ୍ଦ ନାୟକ । ଏହି ସମୟରେ ହଠାତ୍‌ ଫାର୍ମ ହାଉସ୍ ମଧ୍ୟରେ କୌଣସି ବ୍ୟକ୍ତି ପଶିଥିବାର ଜାଣିଥିଲେ ଗୋବିନ୍ଦ । ଏହାପରେ ଗୋବିନ୍ଦ ପାଟି କରି ସେମାନଙ୍କୁ ଆକଟ କରିଥିଲେ । ହେଲେ ଏହି ଆକଟ ତାଙ୍କ ପାଇଁ ଯେମିତି ସାଜିଗଲା କାଳ । ହଠାତ୍‌ ଫାର୍ମ ହାଉସ୍‌ ମଧ୍ୟରେ ଗୋବିନ୍ଦଙ୍କୁ ଗୁଳିମାଡ଼ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଗୋବିନ୍ଦଙ୍କୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଗୋବିନ୍ଦଙ୍କ ଛାତି, ପେଟ ଓ ଗୋଡ଼ରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଗୁଳି ବାଜିବା ପରେ ଗୋବିନ୍ଦଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଗୋବିନ୍ଦଙ୍କୁ ମୃତ୍ୟୁ ହୋଇସାରିଥିଲା । ତେବେ କିଏ ଓ କାହିଁକି ଗୁଳିମାଡ଼ କରିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଆଇସିସି ଚାମ୍ପିଅନ୍ସ ଟ୍ରଫି; ୨୦୧୭ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଭାରତ, ସଂଘର୍ଷ କରିବ ପାକ୍

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.