ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ଘଟଣା, ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ

Published By : Prameya-News7 Bureau | February 20, 2025 IST

ଭୁବନେଶ୍ବର ୨୦।୦୨ : ସ୍ପାଇଡରର ଡେମୋ । ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । 

ଖବର ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଘରୁ ସୁନା-ହୀରା ସହ ନଗଦ କିଛି ଟଙ୍କା ଲୁଟ ହୋଇଥିଲା । ଏହାପରେ ସ୍ପାଇଡର ବିଶାଖାପାଟଣା ଚାଲିଯାଇଥିଲା । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ସ୍ପେଶାଲ ସ୍କ୍ୱାର୍ଡ ସହ ତିନୋଟି ଟିମ୍‌ ଗଠନ କରାଯାଇ ରାଜ୍ୟ ବାହାରକୁ ଯାଇଥିଲା, ଆଉ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଥିଲା । ଶେଷରେ ସ୍ପାଇଡରକୁ ବିଜୟଓ୍ୱାଡାକୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ଆଉ ଏବେ ଗିରଫ ପରେ ଝାଡ଼ପଡ଼ା ଜେଲ୍‌ ହାଜତକୁ ପଠାଇଥିଲା । ଅଧିକ ପଚରାଉଚରା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ସ୍ପାଇଡରକୁ ପାଞ୍ଚଦିନିଆ ରିମାଣ୍ଡ ପାଇଁ କମିଶରେଟ୍‌ ପୋଲିସକୁ ଅନୁମତି ଦେଇଥିଲେ । ଏବେ ପୋଲିସ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ଛାନ୍‌ଭିନ୍‌ ଜାରି ରଖିଛି । ଏହିକ୍ରମରେ ଗୁରୁବାର କମିଶନରେଟ୍‌ ପୋଲିସ ସ୍ପାଇଡରକୁ ନେଇ ସିନ୍ ରିକ୍ରିଏସନ୍‌ କରିଛି । ଯେଉଁଥିରେ ସ୍ପାଇଡର କିପରି ଭାବେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ କରିଥିଲା । ଆଉ ଲୁଟ୍‌ ପରେ କେମିତି ଓଡିଶା ଛାଡିଥିଲା । ସେନେଇ ମଧ୍ୟ ତଦନ୍ତ ଜାରି ରହିଛି । 


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.