କଟକ ୨୦।୦୨ : କଟକ ଜିଲ୍ଲା ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା ଘଟଣା। ଅଭିଯୁକ୍ତ ସନ୍ତୋଷ ସମାଧାକୁ ରିମାଣ୍ଡରେ ନେବାକୁ ଅନୁମତି। ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଏବଂ ଶୁକ୍ରବାର ପୋଲିସ ରିମାଣ୍ଡରେ ରହିବ ଅଭିଯୁକ୍ତ ସନ୍ତୋଷ। ହତ୍ୟାକାଣ୍ଡର ପାଞ୍ଚ ବର୍ଷ ପରେ ଅଭିଯୁକ୍ତ ସନ୍ତୋଷ ସମାଧା ଓ ପତ୍ନୀ ବାସନ୍ତୀ ସମାଧାକୁ ଗତ ୧୪ ତାରିଖରେ ଗିରଫ କରିଥିଲା କମିଶନରେଟ ପୋଲିସ। ରିମାଣ୍ଡରେ ଅଧିକ ହତ୍ୟାକାଣ୍ଡର ପ୍ରକୃତ ସତ ବାହାର କରିବା ସହ ସନ୍ତୋଷର ଅତୀତ କାର୍ଯ୍ୟକୁ ନେଇ ପଚରାଉଚରା କରିବ ସ୍ବତନ୍ତ୍ର ଟିମ୍। ଏନେଇ କଟକ ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।
୨୦୧୯ ଡିସେମ୍ବର ୧୨ ସଂଧ୍ୟା । କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଘରେ ରହୁଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଏପିରିକି ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିଲା । ମୃତକ ହେଲେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲଙ୍କର ୫ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସମସ୍ତେ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତି ଘରେ ଥିଲେ । ହତ୍ୟା ପରଦିନ ତାଙ୍କ ଝିଅ ଫୋନ୍ କରିବାରୁ କେହି ରିସିଭ୍ କରିନଥିଲେ। ଏ ସମ୍ପର୍କରେ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ ଘଟଣାସ୍ଥଳକୁ ଯାଇ ଘର କବାଟ ଖୋଲାଥିବା ଦେଖିଥିଲେ । ଆଉ ଭିତରେ ପଡିଥିଲା ମୃତଦେହ। ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। କେହି ପରିଚିତ ଲୋକ ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା।
ତେବେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ ଧରାପଡ଼ିନଥିଲା । ଅପରାଧୀକୁ ଧରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର ଲୋକେ । ଶେଷରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କଟକ ପୋଲିସ ।
ଆମେରିକାର ୬ ରାଜ୍ୟରେ ବନ୍ୟା, ତାପମାତ୍ରା ମାଇନସ ୬୦ ଡିଗ୍ରୀ, କଲବଲ ଲୋକେ